ଢେଙ୍କାନାଳ, ୮/୪: ଢେଙ୍କାନାଳ ସହର ମୀନାବଜାର ଟ୍ରଷ୍ଟ ଓ ବଜାର କମିଟି ଆନୁକୂଲ୍ୟରେ ସ୍ଥାନୀୟ ପୂଜା ମଣ୍ଡପ କାର୍ଯ୍ୟାଳୟ ଠାରେ ସର୍ଗତ ଭଞ୍ଜଙ୍କ ପାଇଁ ୨ ମିନିଟ୍ ଶୋକସଭା କରାଯାଇଥୁଲା । ଶୋକ ସଭାରେ ଟ୍ରଷ୍ଟର ଚେୟାର୍ମ୍ୟାନ୍ ଲଳିତ କୁମାର ପଟ୍ଟନାୟକ ପ୍ରଥମେ ସର୍ଗତ ଭଞ୍ଜଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ବିୟୋଗରେ ମୀନାବଜାର, ଢେଙ୍କାନାଳର ଜଣେ ଆମାୟିକ, ସରଳ ବ୍ୟକ୍ତିତ୍ୱ ହରାଇଲା । ମୀନା ବଜାର ପୂଜା କମିଟିର ସଭାପତି ରବିନାରାୟଣ ମହାନ୍ତି ପ୍ରକାଶ କରିଥିଲେ ଯେ, ସର୍ଗତ ଭଞ୍ଜଙ୍କର ବିୟୋଗରେ ମୀନାବଜାର ଜଣେ ମୁଖୁଆକୁ ହରାଇଲା । ତାଙ୍କର ତ୍ୟାଗ ଯୋଗୁଁ ମୀନାବଜାରର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିଲା । ଟ୍ରଷ୍ଟର ଉପାଧ୍ୟକ୍ଷ ବିରଂଚି ନାରାୟଣ ସାହୁ ପ୍ରବ ପ୍ରକାଶ ରିଥିଲେ ଯେ, ସର୍ଗତ ଭଞ୍ଜଙ୍କ ପରି ଜଣେ ସରଳ, ଶାନ୍ତ ବ୍ୟକ୍ତିଙ୍କୁ ହରାଇଲା, ସେ ବହୁ ସଂସ୍ଥାରେ ରହି କାର୍ଯ୍ୟ କରିଛନ୍ତି । ଟ୍ରଷ୍ଟର କୋଷାଧ୍ଯକ୍ଷ ଲୋକନାଥ ମହାପାତ୍ର ପ୍ରକାଶ କରିଥିଲେ ଯେ, ତାଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ମୀନାବଜାର ତଥା ଢେଙ୍କାନାଳ ହରାଇଲା, ଯାହାକି ପୂରଣ ହେବା ସମ୍ଭବ ନୁହେଁ । ଟ୍ରଷ୍ଟର ସଂପାଦକ ପ୍ରଫୁଲ୍ଲ କୁମାର ବେହେରା ତାଙ୍କ ସରଳତା ବିଷୟରେ କହିଥିଲେ । ସର୍ଗତ ଭଞ୍ଜ ତାଙ୍କର ଚାକିରୀ ଜୀବନ ବରଗଡ ଠାରୁ ସମାପ୍ତ କରି ସମାଜ ସେବାରେ ବ୍ରତି ହୋଇଥିଲେ। ସେ ଢେଙ୍କାନାଳର ବହୁ ଜିଲ୍ଲା ସ୍ତରୀୟ ସଂସ୍ଥାରେ କାର୍ଯ୍ୟ କରିଥିଲେ। ସେ ଢେଙ୍କାନାଳ ମ୍ୟୁନିସିପାଲିଟିର ଚେୟାର୍ମ୍ୟାନ୍, ଗଁଦିଆ ବିଧାୟକ, ସାଂଧ୍ଯ ମହାବିଦ୍ୟାଳୟର ପ୍ରଥମ ସଭାପତି, ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଘର ଆଜୀବନ ସଭ୍ୟ । ସେ ଜଣେ ଉଚ୍ଚକୋଟୀର ହକି ଖେଳାଳୀ ଥିଲେ । ରେଭେନ୍ସା କଲେଜରେ ପଢିବା ବେଳେ ବେ କଲେଜ୍ର ହକି କ୍ୟାପ୍ଟେନ୍ ଓ ରା ରାଜ୍ୟ ହକି ସଂଘର କର୍ମକର୍ତା ଥିଲେ । ସର୍ଗତ ଭଞ୍ଜଙ୍କର ବିୟୋଗରେ ଢେଙ୍କାନାଳ ସହ ସହର ସ୍ତବ୍ଧ ହୋଇଗଲା । ତାଙ୍କର ଦେହ ତ୍ୟାଗ ଢେଙ୍କାନାଳର ଗୋଟିଏ ଅପୂରଣୀୟ କ୍ଷତି, ଯାହାକି ଭବିଷ ବିଷ୍ୟତରେ ପୁରଣ ହେବା ସମ୍ଭବ ବ ନୁହେଁ । ଶୋକସଭାରେ ପୂଜା କମିଟି ସଂପାଦକ ପୀତବାସ ସାହୁ, କାର୍ଯ୍ୟାକୀର ସଭାପତି ନିରୋଦ କୁମାର ସାହୁ, ମାର ସାହୁ, ଉପସଭାପତି ଉଦୟ କୁମାର ବେହେର ହେରା, ସାଇପ୍ରସାଦ ଦଳେଇ, ବେଣୁଧର ସାହୁ, କୃଷ୍ଣଚନ୍ଦ୍ର ଦେବତା, ରାଜେନ୍ଦ୍ର ହିନ୍ଦୋଚା, ଗିରିଜା ଶଙ୍କର ସାହୁ, ହେମନ୍ତ କୁମାର ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ଚନ୍ଦନ ପାତ୍ର, ପ୍ରଫୁଲ୍ଲ କୁମାର ସାହୁ ଓ ରିଆଜ୍ ଅଲ୍ଲି ପ୍ରମୁଖ ଶୋକବ୍ୟକ୍ତ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।