ବାଲିଗୁଡା ,୧୨/୦୨ (ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ବାଲିଗୁଡା ସମେତ ତୁମୁଡିବନ୍ଧ ,କୋଟଗଡ,କ. ନୂଆଗାଁ ,ରାଇକିଆ ,ଦାରିଙ୍ଗବାଡି ,ଜି ଉଦୟଗିରୀ ବ୍ଲକ ର ୮୪୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକୃତ କରିଥିବା ବେଳେ ୫୪୫ ଜଣ ଉପସ୍ଥିତ ରହି ଚିହ୍ନଟ ପକ୍ରିୟାରେ ଭାଗ ନେଇଥିଲେ । ୧୪ ଜଣ ଭିନ୍ନକ୍ଷମ ଙ୍କୁ ସହାୟକ ଉପକରଣ ପ୍ରଦାନ କରଯାଇଥିଲା । ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ଶ୍ରବଣ ବାଧିତ ,ଦୃଷ୍ଟି ବାଧିତ ,ଚକ୍ଷୁ ବାଧିତ , ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ । ଏହି ଶିବିରକୁ ସ୍ଥାନୀୟ ତହସିଲଦାର ତଥା ବିଡିଓ ଦୀପ୍ତି ପ୍ରକାଶ ବେହେରା ଉଦଘାଟନ କରିଥିବା ବେଳେ ,ଅଧକ୍ଷା ମିଶାବତୀ ମଲ୍ଲିକ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର , ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା , ଡଃ ନିମାଇ ଚନ୍ଦ୍ର ବିଶି, ଡଃ ଦେବଜୀତ ଦାସ ,ଡଃ ଉତ୍କଳ କେଶରୀ ସାହୁ , ଯଜ୍ଞଦୀପ କୁମାର ଘୋଷ , ମଳୟ କୁମାର ବେହେରା ,ବିଜୟ ଲକ୍ଷ୍ମୀ ପଣ୍ଡା, ସମେତ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବ୍ଲକ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।