ବ୍ରହ୍ମପୁର, ୩୧/୧ : ବ୍ରହ୍ମପୁର ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ୧୧୧ ସାମୁହିକ ବ୍ରତୋପନୟନ ଉତ୍ସବରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ । ଏହି ବ୍ରତୋପନୟନ ଉତ୍ସବରେ ମନ୍ତ୍ରୀ ଶ୍ରୀ ଜେନା ସଫେଇ କାର୍ଯ୍ୟ କରିବା ସହ ଦୂର ଦୂରାନ୍ତରୁ ଆସିଥିବା ଜନସାଧାରଣଙ୍କୁ ନିଜେ ଭୋଜନ ପୋରଷିଥିଲେ । ଏହା ସହ ଏତେବଡ଼ ପବିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଉତ୍ତରେଶ୍ୱର ମନ୍ଦିର ପରିଚାଳକ ପଞ୍ଚାନନ ଚୈାଧୁରୀଙ୍କ ସହ ପଚାରି ବୁଝିବା ସହ ବିଭିନ୍ନ ରାଜନୈତିକ ଦଳର ଆସିଥିବା ନେତା ମାନଙ୍କ ସହ ବସି ପ୍ରସାଦ ସେବନ କରିଥିଲେ । ତାଙ୍କ ସହ ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଗଙ୍ଗାଧର ସତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ମଦନ ମୋହନ ପାତ୍ର,କର୍ପୋରେଟର ବନିତା ସାହୁ,କୃଷ୍ଣ ଚନ୍ଦ୍ର ଚୈାଧୁରୀ,ଚିତ୍ତରଞ୍ଜନ ସାହୁ,ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଦଳୀୟ ନେତୃବୃନ୍ଦ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।



