ମାଁ ତାରିଣୀ ଏନଜିଓରେ ସାଧାରଣତନ୍ତ୍ର ଦିବସ ପାଳିତ।

କଳାହାଣ୍ଡି -୨୭/୧(ପ୍ୟାରିଲାଲ ଦୁର୍ଗା) କଲମପୁରରେ ଅବସ୍ଥିତ ମାଁ ତାରିଣୀ ଏନଜିଓ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି, ଏନଜିଓର ଅଧ୍ୟକ୍ଷ ମନୋଜ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଭିନ୍ନ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏଥିରେ ନିର୍ଦ୍ଧେଶକ ତଥା ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଗୌରହରି ନାଏକ, ଉପଦେଷ୍ଟା ବିଜୟ ସୁନାନୀ, ସଂପାଦନ ସୁଧିର ଚନ୍ଦ୍ର ବେହେରା, ପୂର୍ଣ୍ଣ ପଣ୍ଡା, ବ୍ଲକ ସଂଯୋଜକ ଶିବାଜୀ ଚିନ୍ଦା ସମେତ ୨୫ ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ, ସୂଚନା ଯେ ଏହି ଏନଜିଓ ସଂସ୍ଥା ଏହି ଅଞ୍ଚଳରେ ମୁକ୍ତ ଶିକ୍ଷା ଶିକ୍ଷା ଉପରେ କାର୍ଯ୍ୟ କରି ଆସୁଅଛି।