ଠାକୁରଗଡ଼ କ୍ରିକେଟ କ୍ଳବ ଉଦଯାପନି ଦିବସ ରେ ଭେଜିଗୋଠ ଚମ୍ପିୟାନ

ଆମଲ୍ଲିକ:୨୬/୧(ବୁଲୁ ଦଳେଇ):ଆଠମଲ୍ଲିକବ୍ଲକ ଠାକୁରଗଡ଼ ଖେଳପଡିଆ ଠାରେ ଠାକୁରଗଡ଼ କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।ଆୟୋଜିତ ଟୁର୍ଣ୍ଣାଆମେଣ୍ଟରେ ୮ ଟି କ୍ରିକେଟ ଟିମ ଭାଗ ନେଇଥିଲେ।ଉଦଯାପନି ଦିବସ ର ଫାଇନାଲ ଖେଳ ଭେଜିଗୋଠ ଟିମ ସହିତ ଠାକୁରଗଡ଼ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ଫାଇନାଲ ଖେଳରେ ଠାକୁରଗଡ଼ କୁ ହରାଇ ଭେଜିଗୋଠ ଟିମ ଚମ୍ପିୟାନ ହୋଇଥିଲା।ଆୟୋଜିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ସଞ୍ଜୟ କୁମାର ପ୍ରଧାନ ଠାକୁରଗଡ଼ ଥାନା ର ନଟବର ନନ୍ଦ ରତ୍ନ ପତି ଯୋଗ ଦେଇଥିଲେ। ସଂମ୍ମାନୀତ ଅତିଥି ଭାବେ ଶରତ କୁମାର ରାଉତ, କୁନାଲସାହୁ ମୁଖ୍ୟ ଉପସ୍ଥିତ ଥିଲେ।ଚାମ୍ପିୟାନ ଦଳକୁ ପ୍ରଥମ ପୁରସ୍କାର ଭାବେ ନଗଦ ୫ହଜାର ଟଙ୍କା ସହିତ ମାନପତ୍ର ଓ ଟ୍ରଫି ଏବଂ ରନର୍ସଅପ ଦଳକୁ ନଗଦ ୩ହଜାର ସହିତ ମାନପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ କାଳନ୍ଦି ସେନାପତି ଓ ଚିନୁ ସାହୁ ଖେଳ ପରିଚାଳନା କରିଥିଲେ ଏହି ଟୁର୍ଣ୍ଣାମେଣ୍ଟ କୁ ଠାକୁରଗଡ଼ କ୍ରିକେଟ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।