କଳାହାଣ୍ଡି,୧୩।୧ (ପ୍ୟାରିଲାଲ ଦୁର୍ଗା):-କଳାହାଣ୍ଡି ଉତ୍ସବ ଘୁମୁରା ୨0୨୫ ଉପଲକ୍ଷେ ଧର୍ମଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ଠାରେ ୨ ଦିନ ଧରି ଯୋଗ ଓ ଧ୍ଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଓ ଧ୍ଯାନର ଉପ ଉପାଦେୟତା ଉପରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷଜ୍ଞ ଭାବେ ପଞ୍ଜୀକୃତ ଯୋଗ ଓ ଧ୍ୟାନ ବିଶେଷଜ୍ଞ ଡାକ୍ତର ମୋନିକା ପରଶିରା ଶିବିରାର୍ଥ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଦୈନନ୍ଦିନ ଜୀବନରେ ଚାପ ମୁକ୍ତ ହୋଇ ସାକାରାତ୍ମକ ଭାବନାକୁ ଗ୍ରହଣ କରିବା ପାଇଁ ଯୋଗ ଓ ଧ୍ୟାନର ଉପକାରିତା ଉପରେ ଡାକ୍ତର ମୋନିକା ପ୍ରଦର୍ଶନ ଜରିଆରେ ପ୍ରଶିକ୍ଷଣ ଦେଇଥିଲେ। ଶିବିରରେ ଡାକ୍ତର ମୋନିକାଙ୍କ ସ୍ବାମୀ ତଥା ଉପଜିଲାପାଳ ଧୀମାନ ଚକମା, ସିଦ୍ଧାର୍ଥ ଫାଉଣ୍ଡେସନ ସମ୍ପାଦକ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଧର୍ମଗଡ଼ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ ଭାଜପା ନେତା ହିମାଂଶୁ ପଣ୍ଡା, ଇଙ୍ଗିତ ପଣ୍ଡା, ବିଶ୍ୱ ପରିଷଦର ଜୟନ୍ତ ମୁଣ୍ଡ, ବ୍ରଜେଶ୍ ପଣ୍ଡା, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ପ୍ରତିନିଧ୍ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ରମାନେ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଯୋଗ ଓ ଧ୍ୟାନ ଶିବିର କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।