ସର୍ବୋଚ୍ଚ ପ୍ରକୃତି ଶକ୍ତି ଜଂଘା ବଡ଼ଦେଓ ଙ୍କ ଦ୍ବାଦଶ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ।

ଆଠମଲ୍ଲିକ ୯/୧(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା କୋର୍ଟ ର ପେନେଠାନା ଠାରେ ଗୋଣ୍ଡୋ ସମାଜ ର ଆରାଧ୍ୟା ଦେବତା ସର୍ବୋଚ୍ଚ ପ୍ରକୃତି ଶକ୍ତି ଜଂଘା ବଦଦେଓ ଙ୍କ ବାର୍ଷିକ ପୂଜା ମହୋତ୍ସବ ରୀତି ନୀତି ଅନୁସାରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବ ପ୍ରାରମ୍ଭ ରେ ପ୍ରକୃତି ଶକ୍ତି କୁ ପୋଖରୀ କୁ ନେଇ ଯଥା ବିଧିରେ ପୂଜାର୍ଚ୍ଚନା କରାଯାଇ କଳସୀ ରେ ଗଙ୍ଗା ଜଳ ଆଣି ନାମ ସଂକ୍ରିତନ୍ୟ ହରିବୋଲ ହୁଳହୁଳି ଜୟ ସେବା ଶବ୍ଦରେ ପ୍ରକମ୍ପିତ ହୋଇ ନଗର ପରିକ୍ରମା କରି ପେନେଠାନା ସ୍ଥିତ ଜଂଘା ବଡଦେଓ ଶକ୍ତି ପିଠ କୁ ପହଞ୍ଚି ଥିଲେ । ଶକ୍ତି ପିଠ କମିଟି ର ସଭାପତି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସହଧର୍ମିଣୀ ଲିନା ସାଏ ପୂଜାର୍ଚ୍ଚନା ରେ ସଂକଳ୍ପ ନେଇ ଥିବା ବେଳେ ମୁଖ୍ୟ ପୁରୋଧା ନରସିଂହ ନାୟକ ଓ ସହଧର୍ମିଣୀ ନାୟକ ଛେରା ଜୟରାମ ନାୟକ ପହଁରା ସତ୍ୟବାନ୍ ନାୟକ କାର୍ଯ୍ୟ ତୁଲାଇଥିଲେ । ଓଡ଼ିଶା ପ୍ରଦେଶ ମହାସଚିବ ପ୍ୟାରୀମୋହନ ନାୟକ, ଜିଲ୍ଲା ସଭାପତି ସଦାଶିବ ନାୟକ ଙ୍କ ନେତୃତ୍ଵ ରେ ସଭାମଞ୍ଚ ରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ ସମର୍ଧନା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗୋଣ୍ଡ ସମାଜ ର ଉଥାନ ପତନ ଓ ସାମ୍ରାଜ୍ୟ ବଢ଼ାଇବା ପ୍ରତିଷ୍ଠା ଦିଗରେ ନିମନ୍ତ୍ରିତ ଅତିଥି ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପରେ ଛୋଟ ବଡ କଳାକାର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଗୋଳ ଜିଲ୍ଲା ତଥା ରାଜ୍ୟର ଛତିଶ ଗଡ଼, ମଧ୍ୟପ୍ରଦେଶ, ଜିଲ୍ଲାରୁ ଭକ୍ତ ଆସିବା ସହିତ ଆଖ ପାଖ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପ୍ରକୃତି ଶକ୍ତି ଜଂଘା ବଡଦେଓ ଙ୍କ ଆଶିଷ ଭିକ୍ଷା ଗ୍ରହଣ କରିଥିଲେ । କେନ୍ଦ୍ର କମିଟି ର ସଭାପତି ଭଜମନ ନାୟକ, ଉପ ସଭାପତି ତରଣିସେନ୍ ନାୟକ, ମହା ସଚିବ ସାନନ୍ଦ ନାୟକ, ସମେତ ୧୬ ଗୋଟି ପୁଞ୍ଜର ସମସ୍ତ ସଭାପତି ଓ ମହାସଚିବ ମାନଂକ ସହଯୋଗ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଜିଲ୍ଲା ପୋଲିସ ଓ ଠାକୁରଗଡ଼ ପୋଲିସ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ପ୍ରକୃତି ଶକ୍ତି ଜଂଘା ବଡ଼ଦେଓ ଙ୍କ ବାର୍ଷିକ ପୂଜା ମହୋତ୍ସବ ପାଳିତ ହୋଇଯାଇଛି ।