ଠାକୁରଗଡ଼,୧୬/୧୨(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉପକଣ୍ଠ ପୁରୁଣା ପାଣି ର ସ୍ବର୍ଗତ ଶ୍ରୀନିବାସ ସାହୁ ଙ୍କ ଧର୍ମ ପତ୍ନୀ ଶଶୀ ସାହୁ ବୟସ (୧୧୫) ଙ୍କ ସୋମବାର ସଂଧ୍ୟାରେ ପରଲୋକ ଘଟିଛି। ସେ ଜଣେ ଜଣାଶୁଣା ଧର୍ମ ପରାୟଣ ଓ ଠାକୁରଗଡ଼ ଶତାୟୁ ମହିଳା ଭାବେ ତତ୍କାଳୀନ ଆଠମଲ୍ଲିକ ଉପ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ର ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଭଗବାନ, ପ୍ରଫୁଲ୍ଲ, ପ୍ରସନ୍ନ, ନାତି ସୁରେଶ, ବାବୁଲା, ଓ ତାଙ୍କ ପ୍ରବିଣ୍ .ଜନ୍. ପିଣ୍ଟୁ ପୁତ୍ର ବଧୂ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରା ଯାଇଥିଲା