ଆଠମଲ୍ଲିକ ବିଧାୟକ ନଳିନୀଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଆଠମଲ୍ଲିକ,୩୦/୧୦(ବୁଲୁ ଦଳେଇ): ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ବୁଧବାର ବିଧାୟକ ଇଁ ନଳିନୀକାନ୍ତ ପ୍ରଧାନ ଙ୍କୁ ସଂଘର ବାରହଲ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଓକିଲସଂଘ କାର୍ଯ୍ୟାଳୟରେ ପହଂଚିବା ପରେ ସଂଘ ପକ୍ଷରୁ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ସ୍ବାଗତ କରାଯାଇଥିଲା l କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ସେ ମାଲ୍ୟାର୍ପଣ କରିଥିଲେ l ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ପ୍ରଥମେ ସଭାପତି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବାବେଳେ ଅନ୍ୟ ଆଇନଜୀବୀମାନେ ମଧ୍ୟ ବିଧାୟକ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ l ଆଇନଜୀବୀମାନଙ୍କ ସ୍ୱାସ୍ଥ୍ୟବୀମା କରାଇବା ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଦାବି ଉପସ୍ଥାପନା ପାଇଁ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ସଭାପତି ଶ୍ରୀ ମହାପାତ୍ର ଅନୁରୋଧ କରିଥିଲେ l ଆଇନଜୀବୀ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂତନ ବାରହଲ ନିର୍ମାଣ ଓ ଲାଇବ୍ରେରୀ ପାଇଁ ବହି ଓ ଇ ଲାଇବ୍ରେରୀ ର ବ୍ୟବସ୍ଥା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା l ଉନ୍ନତମାନର ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ପ୍ରଚେଷ୍ଟା କରିବାକୁ ଆଇନଜୀବୀମାନଙ୍କ ଅନୁରୋଧ ରେ ସେ ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ l ପ୍ରାଥମିକ ଶିକ୍ଷା କୁ ସେ ଅଧିକ ଗୁରୁତ୍ୱ ଦେବାପାଇଁ ପ୍ରତିଶୃତି ଦେଇଥିଲେ l ଆଠମଲ୍ଲିକ ରେ ଉପୁଜୁଥିବା ଦୈନନ୍ଦିନ ସମସ୍ୟା କୁ ତାଙ୍କ ନଜର କୁ ଆଣିବାକୁ ସେ ଆଇନଜୀବୀମାନଙ୍କୁ କହିଥିଲେ l ଓକିଲସଂଘ ର ନୂତନ ବାରହଲ ନିର୍ମାଣ ପାଇଁ ସେ ତାଙ୍କ ବିଧାୟକ ପାଣ୍ଠି ରୁ ୧0 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ପାଇଁ ଜିଲ୍ଲାପାଳ ଙ୍କୁ ପତ୍ରଳାପ କରିଥିବା ନିଜ ଅବିଭାଷଣ ରେ କହିଥିଲେ l ପର୍ଯ୍ୟାୟକ୍ରମେ ଆଇନଜୀବୀମାନଙ୍କ ଓ ଓକିଲସଂଘ ର ସମସ୍ୟା ସମାଧାନ କରାଯିବ ବୋଲି ମଧ୍ୟ କହିଥିଲେ l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ଯଜ୍ଞେଶ୍ୱର ପ୍ରଧାନ, ସହକାରୀ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ, ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୱିଟର ଅନ୍ତର୍ଯ୍ୟାମୀ ରାଉଳ, ସରକାରୀ ଓକିଲ ରଞ୍ଜନ କୁମାର ବେହେରା, ଓକିଲ ସଂଘ ର ଉପସଭାପତି ଉଗ୍ରସେନ ସେଠି, ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, କୋଷାଧକ୍ଷ ବିଶ୍ୱସୁନ୍ଦର ଶତପଥି, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବାମନ କୁମାର ମିଶ୍ର, ସରକାରୀ ଓକିଲ ଅବନୀ ଆଚାର୍ଯ୍ୟ, ଅଶୋକ କୁମାର ମହାପାତ୍ର, ନାରାୟଣ ଦାଶ, ଗଣେଶ ଚନ୍ଦ୍ର କର୍ମୀ, ସୁନୀଲ କୁମାର ଶାସନି, ରାଧେଶ୍ୟାମ ପ୍ରଧାନ, କୀର୍ତ୍ତିପାଲ ଦାଶ, ଟଙ୍କଧର ପ୍ରଧାନ, ହରେକୃଷ୍ଣ ସାହୁ,h ସୁନୀଲ କୁମାର ପ୍ରଧାନ,ପ୍ରାଣବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଓକିଲସଂଘ ସମ୍ପାଦକ ଶ୍ରୀ ମୁଖି ଧନ୍ୟବାଦ ପ୍ରଦାନ କରିଥିଲେ l