ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ

ଢେ଼ଙ୍କାନାଳ ମା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା, ମହିଶାପାଟ ପଡିଆ ଢେ଼ଙ୍କାନାଳ ରେ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେ଼ଙ୍କାନାଳ ଦ୍ଵାରା ପରିଚାଳିତ ସାତ ଦିନିଆ ଜାତୀୟ ସେବା ଯୋଜନା ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷା ଡ ଶକୁନ୍ତଳା ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଉଦଯାପନୀ ସମାରୋହ କୁ ଜାତୀୟ ସେବା ଯୋଜନା କର୍ଯ୍ୟକମ ପରିଚାଳକ ଶ୍ରୀ ପଙ୍କଜ ବାରିକ୍ ପରିଚାଳନା କରିଥିଲେ l ଏହି ସଭା କୁ ମୁଖ୍ୟ ଅତୀଥି ରୂପେ ଜିଲ୍ଲା କର୍ଯ୍ୟକମ ପରିଚାଳକ ଡ ଦେବରାଜ ପରିଡ଼ା ଯୋଗଦେଇ ଛାତ୍ରୀ ମାନଙ୍କ ଦ୍ଵାରା ସାତ ଦିନ ଧରି ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜିକ, ସ୍ବାସ୍ଥ୍ୟଭିତ୍ତିକ, ପରିବେଶ ସୁରକ୍ଷା ଏବଂ ଶିକ୍ଷା ଭିତ୍ତିକ କ୍ଷୁଦ୍ର ନାଟକ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିବାରୁ , ଜଳ ଛତ୍ର ପରିଚାଳନା, ବୃଦ୍ଧ ବୃଦ୍ଧା, ସରିକିକ ବିକଳlଙ୍ଗ, ମାନସିକ ଅନଗ୍ରସର, ଗର୍ଭବତୀ ମହିଳା ଙ୍କୁ ସାହାଯ୍ୟ , ଜିଲ୍ଲା ପ୍ରଶାସନ ମେଳା ରେ ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ କରିବାରେ ସାହାଯ୍ୟ କରିବା କାର୍ଯ କୁ ଭୂୟସୀ ପ୍ରଶଂସା କରିଥିଲେ l ଏବଂ ଏହି ସ୍ଵତନ୍ତ୍ର ଶିବିର କୁ ସଠିକ୍ ଆଉ ସୁଚାରୁ ରୂପେ ପରିଚାଳନା କରିଥିବାରୁ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେ଼ଙ୍କାନାଳ ର ଅଧ୍ୟକ୍ଷା , ଜାତୀୟ ସେବା ଯୋଜନା ଅଧିକାରୀ , ଏବଂ ସମସ୍ତ ଅଧ୍ୟାପକ /ଅଧ୍ୟାପିକା ଯଥା : ଡ ଶିଶିର କୁମାର ସେଠୀ , ଡ ଅନିତା ବେହେରା , ଡ ସ୍ଵାତୀ ସୁଚରିତା ପ୍ରଧାନ,ଲିନା ଗନ୍ତାୟତ, ଅନିତା ମିଶ୍ର , ଉଦ୍ଧବ ମଲ୍ଲିକ , ପ୍ରଜ୍ଞା ପାରମିତା ମାଝୀ, ଗୋକୁଳାନନ୍ଦ ମହାପାତ୍ର, ଡ ଯଯାତି କେଶରୀ ପ୍ରଧାନ, ଭିଜୟେତl ପ୍ରିୟଦର୍ଶିନୀ, ତାପସ ଜେନା, ସିଦ୍ଧାର୍ଥ ଶଙ୍କର ରାମ, ଜିତେନ୍ଦ୍ର ବେହେରା,ରୋଜଙ୍ଗି ମଲ୍ଲିକ, ସଗରିକା ପଣ୍ଡା, ମଧୁସ୍ମିତା ନାୟକ, ଦୀପକ ପାତ୍ର, ସୂର୍ଯ୍ୟକାନ୍ତ ଜେନା , ସରୋଜିନୀ ଦାସ, ଏବଂ କର୍ମଚାରୀ ଯଥା ମହେଶ୍ୱର ସାମଲ,ସଦାନନ୍ଦ ନାୟକ, ଯୁଲି ପାଳ, ସୁଚିତ୍ରା ବ୍ରହ୍ମ, ପ୍ରମୋଦ ରାଉତ, ସୁପ୍ରଭା ମହାନ୍ତି, ବୈରାଗୀ ସାହୁ, ଗଦାଧର ଦାସ, ଲିପି ରାଉତ, ମଦନା ନାହକ, ନାରାୟଣ ସାମଲ, କାର୍ତ୍ତିକ ଗୌଡ଼, ବୁଢା ବାହାଦୁର ଗୃଙ୍ଗ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସର ରେ ଆଗାମୀ ବର୍ଷ ମାନଙ୍କରେ ଏଭଳି ମହତ କାମ କୁ ଚାଲୁ ରଖିବା ପାଇଁ ସର୍ବ ସନ୍ମତ କ୍ରମେ ମତପ୍ରକାଶ ପାଇଥିଲା l