ଆଜି ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ସମାରୋହ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଳନ କରାଯାଇଅଛି।ଏହି ସମାରୋହରେ ମୁଖ୍ୟଅତିଥି ଅତିଥି ଭାବେ ବିଶିଷ୍ଟ ରାଜନୀତିଜ୍ଞ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ଓଝା, ବିଦ୍ୟାଳୟ ପରିଚ଼ାଳନା କମିଟି ର ସଭାପତି ଶ୍ରୀ ହୃଦାନନ୍ଦ ବରାଳ, ପରିଚାଳନା କମିଟି ସଦସ୍ୟ ଶ୍ରୀ ବିରେନ ତ୍ରିପାଠୀ ଓ ସମାଜସେବୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋ ଚ଼ିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ମୁଖ୍ୟଅତିଥି ଶ୍ରୀ ହରିଚ଼ନ୍ଦନ ଗାନ୍ଧିଜୀଙ୍କ ଓ ଶାସ୍ତ୍ରୀଜୀ ଙ୍କ ନୀତି ଆଦର୍ଶ ଓ ସ୍ବାଧିନତା ସଂଗ୍ରାମରେ ଦୁଇ ମହାପୁରୁଷ ଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବରେ ପାଠ ପଢି ସମାଜରେ ପ୍ରଶଂସିତ ହେବା ସହ ଅଞ୍ଚଳର ନାମ କୁ ଉଚ୍ଚା କରିବାକୁ ଦିଗଦର୍ଶନ ଦେଇଥିଲେ ଏବଂ ଅନ୍ୟ ଅତିଥି ଗଣ ନିଜ ନିଜର ଅଭିଭାଷଣ ରଖିଥିଲେ।ଏହି ଜୟନ୍ତୀ ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।