ଢେଙ୍କାନାଳ,୨୯.୦୯(ଶୁଭମ ପାଣି): ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଶୁକ୍ରବାର ଶିରିଡି ସାଇ ବାବା ଙ୍କର ବିଶାଳ ଶୋଭାଯାତ୍ରା ବାଜିଚୌକି ଠାରୁ ଆରମ୍ଭ ହୋଇ ଶ୍ରୀରାମ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା ଏଥିରେ ଶହ ଶହ ଭକ୍ତ ସାମିଲ ହୋଇଥିଲେ.ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ବାବା ଙ୍କର ବିମାନ ଯାତ୍ରା. ଦ୍ୱିତୀୟ ଦିନ ସାଇ ସତ୍ୟ ନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହୋଇଥିଲା ଏଥିରେ 108 ଯୋଡ଼ା ଦମ୍ପତି ଅଂଶଗ୍ରହଣ କରିଥିଲେ। ଶିରିଡି ର ମୁଖ୍ୟ ପୂଜାରୀ ଙ୍କ ଦ୍ୱାରା ଏହି ପୂଜା ସମ୍ପାଦିତ ହୋଇଥିଲା। ସେହିପରି ତୃତୀୟ ଦିନ ଏକ ଦିବସୀୟ ସାଇ ସତଚରିତ ପାରାୟଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଓଡିଶା ରେ ପ୍ରଥମ ଥର ପାଇଁ ଢେଙ୍କାନାଳ ସହର ରେ ଓଡ଼ିଆ ସହିତ ହିନ୍ଦୀ ପୁସ୍ତକ ର ପାରାୟଣ ହୋଇଥିଲା.ଏହି ପାରାୟଣ ରେ ଶିରିଡି ର 10 ଜଣ ଭକ୍ତ ମାନଙ୍କ ସହିତ ଓଡିଶା ର ଢେଙ୍କାନାଳ ଅନୁଗୁଳ ସମ୍ବଲପୁର କଟକ ବାଲେଶ୍ୱର ଭଦ୍ରକ ଭୁବନେଶ୍ୱର ପୁରୀ କେନ୍ଦ୍ରାପଡା ଗଞ୍ଜାମ ରାଉରକେଲା ରୁ ଭକ୍ତମାନେ ପଂହଁଚି ପାରାୟଣ କରିଥିଲେ। ପ୍ରାରମ୍ଭ ରେ ବିଶ୍ୱର କଲ୍ୟାଣ ନିମନ୍ତେ ଅଖଣ୍ଡଦୀପ ପ୍ରଜଳନ କରାଯାଇଥିଲା। ଆରତୀ କରାଯାଇ ପାରାୟଣ ଆରମ୍ଭ ହୋଇଥିଲା। ମୁଖ୍ୟ ପାଠକ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଓ ମୁଖ୍ୟ ପାଠିକା ଭୁବନେଶ୍ୱର ର ପୁଷ୍ପା ରାଉତ ପଠନ କରିଥିଲେ।ସନ୍ଧ୍ୟା ରେ ସାଇ ଗବେଷକ ଜୟନ୍ତୀ ରଥ ଓ ବିଷ୍ଣୁପ୍ରିୟା ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିର୍ଣ୍ଣ କ୍ଷେତ୍ର ରେ ନିସ୍ଵାର୍ଥ ସେବା ଯୋଗାଇଥିବା ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧନା କରିଥିଲେ. ଶେଷରେ ଶିରିଡି ରୁ ଆସିଥିବା କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ ପରିବେଶଣ ହୋଇଥିଲା ଶେଷରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ।