ସହଯୋଗୀଙ୍କ ସହ ବାରହା ଶୀକାର କରିବାକୁ ଯାଇ ବିଦ୍ୟୁତ୍ ଆଘାତ ରେ ଜଣଙ୍କର ମୃତ୍ୟୁ

ଠାକୁରଗଡ଼,୨୯.୦୯(ବୁଲୁ ଦଳେଇ):ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ କୁରୁମ୍ ଟାପ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲ କୁ ବିଦ୍ୟୁତ୍ ତାର ଲଗାଇ ବାରହା ଶୀକାର କରିବାକୁ ଯାଇ ବ୍ରଜବନ୍ଧୁ ନାୟକ (୫୨) ନାମକ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ଘଟିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁରୁମ ଟପ୍ ଗ୍ରାମର କମଳ ପାତ୍ର, ଜଗବନ୍ଧୁ ନାୟକ ଶୁକ୍ରବାର ରାତିରେ ଏକାଠି ହୋଇ ବିଦ୍ୟୁତ୍ ତାର ଧରି ନିକଟସ୍ଥ ଜଙ୍ଗଲ କୁ ବାରହା ଶୀକାର କରିବା ପାଇଁ ଯାଇଥିଲେ। ବିଦ୍ୟୁତ୍ ହୁକ ପକାଇବା ବେଳେ କରେଣ୍ଟ ଲାଗି ବ୍ରଜବନ୍ଧୁ ପୋଡ଼ି ଯାଇ ଘଟଣା ସ୍ଥଳରେ ମରି ପଡିଥିଲେ। ଏହା ଦେଖି ଦୁଇ ସହଯୋଗୀ ମୃତ ଦେହ କୁ କୂରୁମ୍ ତାପ୍ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫୦ ମିଟର ଦୂରରେ ଥିବା ଅଳିଆ ଘରେ ଶୁଆଇଦେଇ ଫେରାର ହୋଇଯାଇଛନ୍ତି। ମୃତ ଦେହ ମୁଣ୍ଡ ପାଖରେ ଶୀକାର ରେ ବ୍ୟବହୃତ ଏକ ବଡ଼ ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍ ଫୋନ୍ ରଖି ଦେଇ ଯାଇଛନ୍ତି। ୟେ ଘଟଣାକୁ ଦେଖି କେହି ପ୍ରଚାର କରିବାରୁ ଘରଲୋକ ଦେଖି ମୃତକର ସାନଭାଇ ବୀରବର ନାୟକ ଠାକୁରଗଡ଼ ଥାନା ପୁଲିସ୍ ରେ ଏତଲା ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ମେଡିକାଲ୍ ପଠାଇ ଘଟଣାର ତଦନ୍ତ କରୁଛି।