ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଶ୍ୱିନ ମାସର ଇନ୍ଦିରା ଏକାଦଶୀ ପାଳିତ

ଢେଙ୍କାନାଳ,୨୮.୦୯(ଶୁଭମ ପାଣି): କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଆଶ୍ୱିନ ମାସର ଇନ୍ଦିରା ଏକାଦଶୀ ପାଳିତ ହୋଇଯାଇଅଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ତୁଳସୀ ହାର ଓ ଫୁଲ ହାର, ବଲ୍ଲଭ ଭୋଗ ଲାଗି, ଦଶଟା ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ଏକାଦଶୀ ବେଢ଼ା ଓ ରାତି ରେ ମହାଦୀପ ଉଠିବ । ପୂଜକ ମନସୁମନ୍ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପତ୍ର, କାହାଳୀଆ ଟିକନ୍ ବେହେରା, ଜୀମାଦର୍ ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଆଶ୍ୱିନ ମାସର ଇନ୍ଦିରା ଏକାଦଶୀ ପାଳିତ ହୋଇଯାଇଅଛି।