ଢେଙ୍କାନାଳ,(ଶୁଭମ ପାଣି):ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ୨୪-୦୯-୨୦୧୪ ରିଖ ମଙ୍ଗଳବାର ଦିନ ବ୍ୟାପକ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା | ବହୁସଂଖ୍ୟରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ | ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼. ଚିତ୍ତରଞ୍ଜନ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାର ରକ୍ତ ଭଣ୍ଡାରର ମୁଖ୍ୟ ଶ୍ରୀଯୁକ୍ତ ବିରଂଚି ନାୟରାୟଣ ପାଣି ଯୋଗଦେଇଥିଲେ | ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଥମେ ଜାତୀୟ ସେବା ଯୋଜନାର ପତାକା ଉତ୍ତୋଳନ କରାଯାଇଥିଲା । ଏହା ପରେ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧୁକାରୀ ଡ଼ ରବର୍ଟ ଉଇଲସନ ଭତ୍ରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଭାକୁ ପରିଚାଳନ କରିଥିଲେ । ଅଧ୍ଯକ୍ଷ ମହୋଦୟ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥ୍ ଭାବରେ କଲେଜର ପ୍ରଶାସନିକ ବରସାର ଡ଼. ଦେବାଶିଷ ମହାନ୍ତି, ଜିଲ୍ଲା ଏନ ଏସ ଏସ କାର୍ଯ୍ୟକାରୀ ଅଧିକାରୀ ଡ଼. ଦେବରାଜ ପରିଡା, ୟାଇ ଆଇ ସି ଅଧୁକାରୀ ଭୂପେଶ ସାହୁ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏଥିରେ ଯାଇ ଆଉ ସି, ଏନ୍ ସି ସି (ସ୍ଥଳ ଓ ଆକାଶ) ୟୁନିଟ ସହ ସହଯୋଗ କରିଥିଲେ | ସର୍ବମୋଟ ୧୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଶେଷରେ ଏନ୍ ଏସ ଏସ ର ମହିଳା କାର୍ଯ୍ୟକ୍ରମ ଅଧୁକାରୀ ଧନ୍ୟବାଦ ଅର୍ପଣ କରିଥିଲେ | ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳର ଅଧ୍ୟାପକ ଓ ଅଧପିକା ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଥିଲା ।