ଠାକୁରଗଡ଼,୨୪.୦୯(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ କୃତିବାସ ପୁର ପ୍ରାଥମିକ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ରଞ୍ଜିତ ଦେହୁରୀ ଙ୍କୁ ତୁରନ୍ତ ବଦଳି କରିବା ଦାବୀ ଆଜି ୨ ୟ ଦିନରେ ପହଁଚିଛି। ଏଠାରେ ଅବସ୍ଥାପିତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରା ଙ୍କ ନାମରେ ଠାକୁରଗଡ଼ ଥାନା ରେ ଏକ କେଶ୍ ରୁଜ୍ଜୁ ହୋଇଥିବା କାରଣ ରୁ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଆଠମଲ୍ଲିକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ଖଡ଼ଗ ବାହଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହାଡିବନ୍ଧୁ ନାୟକ ଙ୍କୁ ସାମୟିକ (deputation) ଭାବେ ଦିଆଯାଇଥିଲେ ମଧ୍ୟ ସହକାରୀ ଶିକ୍ଷକ ରଞ୍ଜିତ ଦେହୁରୀ ଙ୍କୁ ତୁରନ୍ତ ବଦଳି କରିବା ଦାବୀରେ ଅଟଳ ରହିବା ସହ ୨ ୟ ଦିନରେ ମଧ୍ୟ ପିଲାଙ୍କୁ ସ୍କୁଲ୍ ନ ଛାଡ଼ି ଗ୍ରାମ କୋଠଘର ବାରଣ୍ଡାରେ ପାଠପଢା ସହିତ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଣ୍ଢି ଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେନ୍ଦ୍ର ସେଠୀ ଗାଁ ରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ର କୌଣସି ବାଟ ବାହାରି ପାରି ନ ଥିବା ଜଣା ଯାଇଛି। ବିଦ୍ୟାଳୟ ର ଶୈଖିକ ବାତାବରଣ ଫେରାଇ ଆଣିବାକୁ ସହକାରୀ ଶିକ୍ଷକ ଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଗ୍ରାମବାସୀ ମାନେ ଅଡ଼ି ବସିଛନ୍ତି।