ଦାରିଙ୍ଗବାଡ଼ି,୨୧/୯ (ତରଣୀ ସାହୁ): ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଆବାହିକା ତଥା ସମନ୍ୱିତ ମହିଳା ଓ ଶିଶୁ ବିକାଶ ଯୋଜନା ର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶରତ ଶବର ,ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ରମେଶ ପ୍ରଧାନ , ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଯାକେଶ ସାମନ୍ତରାୟ , ଏବିଓ ବନମାଳୀ ମାଝୀ , ବ୍ଲକ ମଙ୍ଗଳ ଅଧିକାରୀ ବିଶ୍ୱଜିତ ଜାଲି ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରେମ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ସୁଧୀର ଦିଗାଲ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ରହିଥିବା ସ୍ୱତନ୍ତ୍ର ଶିଶୁ ସୁରକ୍ଷା ନିତି ନିୟମ କୁ ନେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ୭ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ , ୱାର୍ଡ଼ ସଦସ୍ୟ ସଦସ୍ୟା , ଅଙ୍ଗନବାଡ଼ି କର୍ମୀ ଙ୍କ ସମେତ ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷ ଉପସ୍ଥିତ ରହି ଶିଶୁ ସୁରକ୍ଷା ନେଇ ଦିନିକିଆ ତାଲିମ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରେମ ଅନୁଷ୍ଠାନର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।