ଦାରିଙ୍ଗବାଡି,(ତରଣୀ ସାହୁ): ଜନଜାତି ଲୋକଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବି କରିବା ପାଇଁ ବାଲିଗୁଡା ଆଇଟିଡିଏ ର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଅନେକ କାର୍ଯ୍ୟ ହାତ କୁ ନିଆ ଯାଇଛି । ଉକ୍ତ ମିଶନ ପକ୍ଷରୁ ଚାଷୀ ଙ୍କୁ ଗୋଲ ମରିଚ ଚାଷ ପାଇଁ ପ୍ରୋତ୍ସାହନ ଦିଆ ଯାଉଛି। ଏନେଇ ଦାରିଙ୍ଗବାଡି ପଞ୍ଚାୟତ ସଭାଗୃହ ଠାରେ ଆଇଟିଡିଏ ପକ୍ଷରୁ ଗୋଲ ମରିଚ ଚାଷୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ଯୋଗ ଦେଇଥିବା ବେଳେ ଅତିଥି ଭାବେ ପ୍ରକଳ୍ପ ପରିଚାଳକ ସମୀରନ ନାୟକ, କୃଷି ବିଶେଷଜ୍ଞ ରାଜେଶ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବେ ଦାରିଙ୍ଗବାଡିର ସହକାରୀ ଉଦ୍ୟାନ ଅଧିକାରୀ ନୀଳାଞ୍ଚଳ ପଣ୍ଡା ଓ ଜି.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ସୁଜିତ ମୁଖୀ ଚାଷୀ ଙ୍କୁ ଗୋଲ ମରିଚ ଚାଷ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗ୍ରୀନବାଡ଼ି ଓ ପ୍ଲିହେରି ପଞ୍ଚାୟତର ୭୩ ଜଣ ଚାଷୀ ପରିବାର ଙ୍କୁ ୨୨୦ ଏକର ଗୋଲମରିଚ ଚାଷ ନିମନ୍ତେ ସମସ୍ତ ସହାୟତା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ପ୍ରଦାନ କରାଯାଇଛି । ଜୀବିକା ବିଶେଷଜ୍ଞ ଦେବାଶିଷ ନାୟକ କାର୍ଯ୍ୟକ୍ରମରେ ସହୋଯୋଗ କରିଥିଲେ ।