ଦାରିଙ୍ଗବାଡି,୩/୯(ତରଣୀ ସାହୁ): ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ସରପଞ୍ଚ ସଂଘ । ଗତ ୩୧ ତାରିଖ ଦିନ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ କିଷାନ ଯୋଜନା ନେଇ ଏକ କର୍ମଶାଳା ହୋଇଥିଲା । ଉକ୍ତ କର୍ମଶାଳା ରେ ସରପଞ୍ଚ ମାନଙ୍କୁ ଯୋଗ ଦେବାକୁ ବିଡ଼ିଓ ସୂଚନା ଦେଇଥିଲେ । ସୂଚନା ପ୍ରକାରେ ସରପଞ୍ଚ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ଆଲୋଚନା ବେଳେ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ସୁଭଦ୍ରା ସଂପର୍କୀତ ଏକ ପ୍ରଶ୍ନ ବିଡ଼ିଓ ଗଦାଧର ପାତ୍ର ଙ୍କୁ ପଚାରିଥିଲେ । ହେଲେ ବିଡ଼ିଓ ଏହାର ଉତ୍ତର ଦେବା ବଦଳରେ ଦୁର୍ବ୍ୟବହାର କରି ବୈଠକ ରୁ ବାହାରି ଯିବା ପାଇଁ କହିଥିଲେ । ଫଳରେ ସମସ୍ତ ସରପଞ୍ଚ ବୈଠକ ରୁ ବାହାରି ଯାଇଥିଲେ । ଏହା ପୂର୍ବରୁ ଭ୍ରମରବାଡ଼ି ସରପଞ୍ଚ ନରତମ ପ୍ରଧାନ ଏକ କାମ ସଂପର୍କୀତ ପ୍ରଶ୍ନ ପଚାରିବାରୁ ତମର ବାପାର ଜାଗାରେ କାମ ହେଉଛି କି କହି ଦୁର୍ବ୍ୟବହାର କରିଥିଲେ । ଏଥି ସହିତ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଭତା ସଂପର୍କରେ ଆଲୋଚନା କରିବା ପାଇଁ ବିଡ଼ିଓ ଙ୍କ ନିକଟ କୁ ଯାଇଥିବା ବେଳେ ପୋଲିସ ଡାକି ଥାନା କୁ ପଠେଇବା ସହ ଦୁର୍ବ୍ୟବହାର କରିଥିଲେ । ଏଭଳି ଭାବେ ଅନେକ ସମୟରେ ସରପଞ୍ଚ ମାନେ ବିଡ଼ିଓ ଙ୍କ ଦୁର୍ବ୍ୟବହାରର ସ୍ବୀକାର ହୋଇ ଆସୁଛନ୍ତି । ବିଡ଼ିଓ ଖାଲି ଯେ ଦୁର୍ବ୍ୟବହାର କରିଛନ୍ତି ତାହା ନୁହଁ ବରଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ କୁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ଲେଖାଏଁ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଦିଆଯାଇଥିବା ବେଳେ ୨୫ ଗୋଟି ପଞ୍ଚାୟତର ବଳକା ଦେଢ଼ ଲକ୍ଷ ଲେଖାଏଁ ବିଡ଼ିଓ ଆତ୍ମସାତ କରିଥିବା ସଂଘ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପ ର ତଦନ୍ତ କରିବା ସହ ବିଡ଼ିଓ ଙ୍କୁ ଶୀଘ୍ର ବଦଳି କରିବା ପାଇଁ ସଂଘ ଦାବି କରିବା ସହ ଯଦି ବିଡ଼ିଓ ଙ୍କ ବଦଳି ଯଥା ଶୀଘ୍ର ନହୁଏ କି ତଦନ୍ତ କରାନଯାଏ ତାହାଲେ ଦାରିଙ୍ଗବାଡି ବ୍ଲକ ବନ୍ଦ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାର ଏକ କିତା ନକଲ ପଞ୍ଚାୟତରାଜ ମନ୍ତ୍ରୀ, କନ୍ଧମାଳ ସାଂସଦ ଓ ଜି ଉଦୟଗିରି ବିଧାୟକ ଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋୟୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ର ଦେବା ସମୟରେ ସରପଞ୍ଚ ସଂଘ ର ଜିଲ୍ଲା ସଭାପତି ସୁଦର୍ଶନ କହଁର, ବ୍ଲକ ସଭାପତି ତାତୁରା ପ୍ରଧାନ, ସମ୍ପାଦକ ଆନ୍ଦ୍ରୀକ ପ୍ରଧାନ ଙ୍କ ସମେତ ସମସ୍ତ ସରପଞ୍ଚ ମାନେ ଉପସ୍ଥିତି ଥିଲେ ।