ରାୟଗଡ଼ା,୨୯.୦୮(ପ୍ରଫୁଲ୍ଲ କୁମାର ବେହେରା):ପ୍ରଥମ ଥର ପାଇଁ ଗୁଡାରି ଷୋହଳ ଖଣ୍ଡ ଗୌଡ଼ ସମାଜ ପକ୍ଷରୁ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ମଧ୍ୟ ରାତିରେ ନିକଟସ୍ଥ ପବିତ୍ର ବଂଶଧାରା ନଦୀ ରୁ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ବସୁଦେବ ମୁଣ୍ଡରେ ବୋହି ଆଣିଥିଲେ। ପରେ ସ୍ଥାନୀୟ ନିଘାମନ ସାହି ତୁଳସୀ ଚହରା ମଣ୍ଡପ ରେ ପୂଜାର୍ଚନା ଓ ହୋମ ଯଜ୍ଞ କରାଯାଇଥିଲା। ରାଧା କୃଷ୍ଣ ଙ୍କୁ ଭକ୍ତମାନେ ଦୋଳିରେ ପହଞ୍ଚାଇଥିଲେ। ଏହି ଅବସରରେ ଜନ୍ମାଷ୍ଟମୀ ପୁରାଣ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସହର ରେ ବସବାସ ଜରୁଥିବା ସମସ୍ତ ଗୌଡ଼ ସମ୍ପ୍ରଦାୟ ର ମହିଳା ଓ ପୁରୁଷ ଯୋଗଦେଇଥିଲ। ସନ୍ଧ୍ୟା ରେ ଏକ ଶୋଭା ଯାତ୍ରାରେ ଯାଇ ସହର ପରିକ୍ରମା କରି ବଂଶଧାରା ନଦୀରେ ପୂଜା କାର୍ଯ୍ୟ ପୂର୍ଣ୍ଣାହୁତି କରାଯାଇଥିଲା।