ଢେଙ୍କାନାଳ,୨୫.୦୮(ଶୁଭମ ପାଣି):ଢେଙ୍କାନାଳ ମହାବୀର ବଜାରର ମଲ୍ଲା ସାହିରେ ଦଶ ବର୍ଷ ହେବ ଝିଅ ବୋହୂ ମାନେ ଖୁଦୁରୁକୁଣୀ ଓଷା ପାଳନ କରି ଆସୁଛନ୍ତି। ପ୍ରଥମ ପାଳି ରେ କଳସ ବସେଇ ମା ମଙ୍ଗଳାଙ୍କୁ ଆବାହନ କରି ନୂତନ ବସ୍ତ୍ର, ବିଭିନ୍ନ ଫୁଲ, ଶଙ୍ଖା ସିନ୍ଦୂର ଦେଇ ମାଁଙ୍କୁ ସୁସଜ୍ଜିତ କରାଯାଇଥିଲା। ସଂଧ୍ୟା ରେ ଦିପ ଝୁଣା ଦେଇ ମାଙ୍କୁ ଆଳତି କରି ବନ୍ଦାପନା କରାଯାଇଥିଲା। ବିଭିନ୍ନ ଫଳମୂଳ, ଉଖୁଡା ରାସିଲଡୁ ଭୋଗ ମା’ଙ୍କ ପାଖରେ ଲାଗି କରାଯାଇଥିଲା। କର୍ପୂର ଆଳତି କରିଥିଲେ। ଓଷା ବହି ପଠନ କରିଥିଲେ। ବର୍ଷା କୁମାରୀ ଜେନା,ମାମୁନି ମଙ୍ଗୁଆଳ , ନିବେଦିତା ନାୟକ, ଅନ୍ନପୂର୍ଣ୍ଣା ଦାସ ଓ ସାହିର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତି ପୂଜାର୍ଚ୍ଚନା କରାଯାଇଥିଲା ।