ଢେଙ୍କାନାଳ,୨୫.୦୮(ଶୁଭମ ପାଣି):ଢେଙ୍କାନାଳ ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିରେ ଝିଅବୋହୂମାନେ ପ୍ରଥମ ପାଳିର ଖୁଦୁରୁକୁଣୀ ଓଷା ପାଳନ କରିଥିଲେ। ପ୍ରଥମେ ବାଲୁଙ୍କା ପୂଜା କରି କଳସ ବସେଇ ମା ମଙ୍ଗଳାଙ୍କୁ ଆବାହନ କରି ନୂତନ ବସ୍ତ୍ର, ବିଭିନ୍ନ ଫୁଲ, ଶଙ୍ଖା ସିନ୍ଦୂର ଦେଇ ମାଁଙ୍କୁ ସୁସଜ୍ଜିତ କରାଯାଇଥିଲା। ଦିପ ଝୁଣା ଦେଇ ମାଙ୍କୁ ଆଳତି କରି ବନ୍ଦାପନା କରାଯାଇଥିଲା। ବିଭିନ୍ନ ଫଳମୂଳ, ଉଖୁଡା ରାସିଲଡୁ ଭୋଗ ମା’ଙ୍କ ପାଖରେ ଲାଗି କରାଯାଇଥିଲା। କର୍ପୂର ଆଳତି କରିଥିଲେ। ଏହି ଦୋଳମଣ୍ଡପ ସାହିରେ ଦିର୍ଘ ୨୦ରୁ ୨୫ ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଛନ୍ତି ଝିଅବୋହୂମାନେ । ସୁହାସିନୀ ଷଣ୍ଢ, ଜୈତିମୟୀ ଷଣ୍ଢ, ବର୍ଷା ରାଣୀ ଷଣ୍ଢ, ବିନିତୀ, ରୁବି, କଳ୍ପନା,ପରି, ସ୍ତୁତି, ଖୁସି,କୁନି,ଲିପି,ମାମୁନୀ,ରୂନୁ,ପିଙ୍କି,ପ୍ରଚି,ମାମାଲୀ,ସିପି, ଓ ସାହିର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତି ପୂଜାର୍ଚ୍ଚନା କରାଯାଇଥିଲା