sc st ଆରକ୍ଷଣକୁ ସୁରକ୍ଷିତ କରିବା ଦାବିରେ ଭାରତ ବନ୍ଦକୁ ସମର୍ଥନ କରି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ,୨୧.୦୮(ଶୁଭମ ପାଣି):ଅଦ୍ୟ ତା 21ଅଗଷ୍ଟ ରିଖରେ ସମ୍ବିଧାନ ବିରୋଧୀ ମାନ୍ୟବର ସୁପ୍ରିମ କୋର୍ଟଙ୍କ 1 ଅଗଷ୍ଟ 2024 ରାୟ ଯାହା ଅନୁସୂଚିତ ଜାତି ଓ ଜନଜାତିଙ୍କ ଆରକ୍ଷଣ ରେ ବର୍ଗୀକରଣ ବା କ୍ରିମି୍ଲେୟାରକୁ ପ୍ରତ୍ୟାହାର ଓ ସଂସଦରେ ଅଧ୍ୟାଦେଶ ଆଣି sc st ଆରକ୍ଷଣକୁ ସୁରକ୍ଷିତ କରିବା ଦାବିରେ ଭାରତ ବନ୍ଦକୁ ସମର୍ଥନ କରି ଆମ୍ବେଦକର ସେବା ସଂଗଠନ, ଢେଙ୍କାନାଳ ର ସଭାପତି ଆଇନଜୀବି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଓ ସମ୍ପାଦକ ଆଇନଜୀବି ଶ୍ରୀ ଚିତ୍ରସେନ ନାଏକଙ୍କ ନେତୃତ୍ୱ ଓ ପରିଚାଳନାରେ ଢେଙ୍କାନାଳ ବନ୍ଦ ହୋଇଥିଲା। ସଂଘର କର୍ମକର୍ତା ମାନେ ଶ୍ୟାମାଚାରଣ ପୁର ହାଇୱେ ସକାଳୁ ବନ୍ଦକରିଥିଲେ ଏବଂ 10ଟା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ, ଉପ -ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲଦାର ଅଫିସ, ସଦର ବ୍ଲକ ଅଫିସ, ମୁନିସିପାଲିଟି ଅଫିସ, ଆର. ଟି. ଓ., rwss,ଡିପିଓ, DSWO, ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ଆଗରେ ପିକେଟିଂ କରି ବନ୍ଦ କରିଥିଲେ। ସହର ପରିକ୍ରମା କରି ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ କୁ ବନ୍ଦ ପାଳନରେ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ। ଶାନ୍ତିପୂର୍ଣ ଭାବେ ଢେଙ୍କାନାଳ ବନ୍ଦ ହୋଇଥିଲା। ଏହି ବନ୍ଦ ପାଳନରେ ସହଯୋଗ କରିଥିବା କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ରୋହିତ ନାଏକ, ରୁଦ୍ରାନ୍ତ ଦଳେଇ, ସୁଧାକର ଜେନା, ମଞ୍ଜୁ ସେଠି, ସୁରେଶ ନାଏକ, ଅକ୍ଷୟ ମଲ୍ଲିକ, ଦୋଳ ଗୋବିନ୍ଦ ସାହୁ,ଆଡ଼ଭୋକେଟ ପ୍ରଦ୍ୟୁମ୍ନ ନାୟକ, ଆଡ଼ଭୋକେଟ ନିରଞ୍ଜନ ନାଏକ, ଆଡ଼ଭୋକେଟ ଅଶୋକ ମଲ୍ଲିକ, ବିଜୟ ନାଏକ, ସୁଚିତ୍ର ସାହୁ, ହାଡିବନ୍ଧୁ ରାଉତ, ସୀତାକାନ୍ତ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଂଗଠର ନେତୃତ୍ୱ ରେ ହିନ୍ଦୋଳ ଉପଖଣ୍ଡ ଓ ସତମାଇଲ, କଣ୍ଟାବଣିଆ, ଭୁବନ କୋର୍ଟ ଛକ,ପରଜଙ୍ଗ ଓ କାମାକ୍ଷାନଗର ରେ ମଧ୍ୟ ବନ୍ଦ ପାଳନ ହୋଇଥିଲା। ଆଗାମୀ ଦିନରେ ଦାବିପତ୍ର ପୂରଣ ନହେଲେ ଭୟଙ୍କର ଆନ୍ଦୋଳନ ହେବବୋଲି କାର୍ଯ୍ୟକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି।( ସମ୍ପାଦକ ଚିତ୍ରସେନ ନାଏକ,7008178749