ଦାରିଙ୍ଗବାଡି,୧୮/୮(ତରଣୀ ସାହୁ): ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ପ୍ରାର୍ଥୀ ମାନେ ମିଥ୍ୟା ସତ୍ୟ ପାଠ ପ୍ରଦାନ କରି ବିଜୟ ହୋଇଥିବା ବେଳେ ଏବେ ମହଙ୍ଗା ପଡ଼ୁଛି । ଜଣେ ପରେ ଜଣେ ନିର୍ବାଚନ ପ୍ରଦିନିଧି ଙ୍କ ପଦ ରଦ୍ଦ ଘୋଷଣା ହେଉଛି । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ ୨ ଗୋଟି ପଞ୍ଚାୟତର ସରପଞ୍ଚ ଙ୍କ ପଦବୀ ରଦ୍ଦ ହୋଇଥିବା ବେଳେ ଜଣେ ସମିତି ସଭ୍ୟ ଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଆଉ କିଛି ସମିତି ସଭ୍ୟ ଓ ନାଏବ ସରପଞ୍ଚଙ୍କ ମାମଲା ଚାଲିଛି । ଅଭିଯୋଗ ମଧ୍ୟରେ ୨ ରୁ ଅଧିକ ସନ୍ତାନ ଥିବା ମାମଲା ରହିଛି । ଦାରିଙ୍ଗବାଡି ସମିତି ସଭ୍ୟ କାଳୀ ପ୍ରସାଦ ମଲିକଙ୍କ ଏକାଧିକ ପତ୍ନୀ ସହ ୨ ରୁ ଉର୍ଦ୍ଧ ସନ୍ତାନ ଥିବା ମାମଲାରେ କୋର୍ଟ ସଭ୍ୟ ପଦ ରଦ୍ଦ କରିଥିବା ବେଳେ ଦାସିଂବାଡ଼ି ସରପଞ୍ଚ ସାନୁଜ ପ୍ରଧାନ ଓ ଗୁମୀକିଆ ସରପଞ୍ଚ ତ୍ରିନାଥ ପ୍ରଧାନ ଙ୍କ ୨ ରୁ ଉର୍ଦ୍ଧ ସନ୍ତାନ ଥିବା ଅଭିଯୋଗରେ ଜିଲ୍ଲାପାଳ ଦୁହିଁଙ୍କ ପଦ ରଦ୍ଦ ଘୋଷଣା କରିଥିଲେ । ପଞ୍ଚାୟତରାଜ ଆଇନ ଅନୁସାରେ ପ୍ରାର୍ଥୀ ଙ୍କ ଯଦି ଏକାଧିକ ପତ୍ନୀ , ୨ ରୁ ଉର୍ଦ୍ଧ ସନ୍ତାନ ରହିଥିବ ତାହାଲେ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ନିୟମ ଥିବା ବେଳେ ୨ ରୁ ଉର୍ଦ୍ଧ ସନ୍ତାନ ଥିବା ପ୍ରାର୍ଥୀ ୨ ଟି ସନ୍ତାନ ଥିବା ନେଇ ପ୍ରାର୍ଥୀ ପତ୍ର ସତ୍ୟପାଠ ରେ ଦର୍ଶାୟୀ ନିର୍ବାଚନ ଲଢ଼ୁଛନ୍ତି । ପରବର୍ତ୍ତୀ ସମୟରେ ବିରୋଧୀ ଏହା କୁ ନେଇ କୋର୍ଟ ରେ ମାମଲା ବା ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରୁଛନ୍ତି । ଫଳରେ ପରବର୍ତ୍ତି ମୁହୂର୍ତ୍ତରେ ପଦ ରଦ୍ଦ ହେଉଛି । ଏଣୁ ନିର୍ବାଚନ ସମୟରେ ଯାଞ୍ଚ ସମୟ ରେ ସଠିକ୍ ଭାବେ ଯାଞ୍ଚ କରି ପ୍ରାର୍ଥୀ ପତ୍ର ନାକଚ କରାଗଲେ ଏଭଳି ପରିସ୍ଥିତି ହେବ ନାହିଁ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ।