ପୋଖରୀରେ ବୁଡ଼ି ୧୦ ବର୍ଷର ବାଳକ ମୃତ

ଦାରିଙ୍ଗବାଡ଼ି, ୧୬/୮(ତରଣୀ ସାହୁ): ଦାରିଙ୍ଗବାଡ଼ି ଥାନା ପାଟେରୀ ଗ୍ରାମର ଟୁନା ପ୍ରଧାନଙ୍କ ଦଶ ବର୍ଷର ପୁଅ ଜିଶାୟ ପ୍ରଧାନ ପୋଖରୀରେ ବୁଡ଼ି ମୃତ ହୋଇଥିବା ଜଣା ପଡ଼ିଛି । ଜିଶାୟ ପଞ୍ଚମ ଶ୍ରେଣୀରେ ପାଠପଢୁଥିଲା । ଗୁରୁବାର ଦିନ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପରେ ଘରକୁ ଫେରିଥିବା ଜିସାୟ । ବାପା ଟୁନା ପ୍ରଧାନ ଘରେ ନଥିବାରୁ ସେ ତାଙ୍କ ସ୍ତ୍ରୀ ଙ୍କୁ ଗାଈ ବଳଦ ଚରାଇବା ପାଇଁ ପଠେଇ ଥିଲେ । ମାଙ୍କୁ ଭେଟି ଘରକୁ ଆସି ଭାତ ଖାଇ ଗାଈ ବଳଦ ଚରାଇବା ସ୍ଥାନକୁ ଯାଇଥିଲା। ସନ୍ଧ୍ୟା ସମୟରେ ଅନ୍ୟମାନେ ଗାଈବଳଦ ଧରି ଘରକୁ ଫେରିଥିଲେ। ହେଲେ ପୁଅ ଜିଶାୟ ଫେରିନଥିଲା। କେଉଁଠାରେ ରହିଯାଇଥିବ ଆସିବ ଭାବି ବାପା ମା ଚୁପ ରହିଥିଲେ। ଆସିବାରେ ଡେରି ହେବା ପରେ ଅନ୍ୟମାଙ୍କୁ ପଚାରି ବୁଝି ଜାଣିଥିଲେ ଯେ ଅପରାହ୍ନରେ ଘରକୁ ଆସି ଆଉ ଚରାଇବା ସ୍ଥାନକୁ ଫେରିନଥିଲା। ପରିବାର ଲୋକ ବହୁ ଆଡେ ଖୋଜା ଖୋଜି କରିବା ପରେ ପୋଖରୀ ହୁଡ଼ାରେ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଥିବା ଦେଖି ପୋଖରୀରେ ବୁଡ଼ିଯାଇଥିବା ସନ୍ଧେହ କରି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ପୋଖରୀରୁ ଖୋଜାଖୋଜି କରିବା ବେଳେ ଜିଷାୟର ମୃତ ଶରୀରରକୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ଥାନରେ ଲିଖିତ ଅଭିଯୋଗ ପରେ ଅପମୃତ୍ୟୁ ମାମଲା ନଂ-୫/୨୪ରୁଜୁ କରି ମୃତ ଶରୀରକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ଥାନା ଅଧିକାରୀ ଆନଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।