ଢେଙ୍କାନାଳ,୧୫.୦୮(ଶୁଭମ ପାଣି):ଢେଙ୍କାନାଳ ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ଅଗଷ୍ଟ ୧୫ ତାରିଖ ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ସହିଦ ମିନାରରେ ଦିଗବନ୍ତ ସହିଦଙ୍କୁ ମାଲ୍ୟାର୍ପଣ କରିଛନ୍ତି ମୂଖ୍ଯ ଅତିଥି ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ ଏବଂ ପୌରାଧ୍ୟକ୍ଷା ଶ୍ରୀମତି ଜୟନ୍ତି ପାତ୍ର। ଏହି ଉତ୍ସବରେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ପ୍ରାୟ ୬୫ ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଯୋଗଦେବା ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର ସମସ୍ତ ମୁଖ୍ଯ ସମ୍ବାଦପତ୍ରର ସାମ୍ବାଦିକ ମାନେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ସଭାପତିଙ୍କ ସହିତ Wing commander (Retd) B S SINGHDEO, ଉପଦେଷ୍ଟା ଭ୍ରମରବର ଦଳାଇ, ଉପସଭାପତି ବିମଳ କୁମାର ଶତପଥୀ ଓ ବିଭୁତିଭୁଷଣ ନନ୍ଦ, ସମ୍ପାଦକ ସୁବାସ ଚନ୍ଦ୍ର ହୋତା, ଯୁଗ୍ମ ସଂପାଦକ ବଟକୃଷ୍ଣ ସାହୁ, କୋଷାଧ୍ୟକ୍ଷ ଅଖିଳ କୁମାର ରାଉତ, ଶ୍ୟାମସୁନ୍ଦର ରାଣା, ରାମଚନ୍ଦ୍ର ମୁକୁଟ, ହାଡିବନ୍ଧୁ ଦାସ,ବିଭୁତିଭୁଷଣ ସାହୁ, ବ୍ରହ୍ମାନନ୍ଦ ଧଳ, ସବ୍ୟସାଚୀ ପଟ୍ଟନାୟକ , ନୃସିଂହ ଚରଣ ନାୟକ, ଅକ୍ଷୟ କୁମାର ଶତପଥି, ଦାମୋଦର ସାହୁ, ମାନସ କୁମାର ପଣ୍ଡା, ଦାଶରଥି ବରାଳ, ଗଣେଶ୍ବର ପଣ୍ଡା, ଭାଗିରଥି ସାହୁ ଓ ଅନ୍ଯାନ୍ଯ ସଭ୍ଯମାନେ ଯୋଗଦାନ କରି ସାଫଲ୍ଯ ମଣ୍ଡିତ କରିଥିଲେ। ଧନ୍ୟବାଦ।