ମନ୍ତ୍ରୀ ଙ୍କୁ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କଲେ ଗ୍ରାମବାସୀ

ଦାରିଙ୍ଗବାଡି,୧୩/୮(ତରଣୀ ସାହୁ): ମଙ୍ଗଳବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ତଥା ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦାରିଙ୍ଗବାଡି ଗସ୍ତ କରିଥିବା ବେଳେ ସାରିଙ୍ଗ୍ରିପି ଅଞ୍ଚଳର ମହିଳା ଓ ଲୋହୋରା ସାହି ଗ୍ରାମବାସି ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ । ଏଥି ସହିତ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରେ ନେଟୱର୍କ ନଥିବା ନେଇ ମଧ୍ୟ ମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ । ଲୋକଙ୍କ ଅଭିଯୋଗ ପାଇ ମନ୍ତ୍ରୀ ଲୋକେ କାହିଁକି ଏପର୍ଯ୍ୟନ୍ତ ପାଣି ପାଇପାରି ନାହାଁନ୍ତି ବୋଲି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରେ ବିଡ଼ିଓ ଯଥା ଶୀଘ୍ର ଏହା ଉପରେ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ । ଲୋକେ ଯେଭଳି ପାଣି ସଠିକ୍ ଭାବେ ପାଇବେ ସେନେଇ ମନ୍ତ୍ରୀ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ କାର୍ଯ୍ୟରେ ମନରେଗା ଯୋଜନାକୁ ବାଦ୍ ଦେଇ ଅନ୍ୟ ବିଭାଗ କାର୍ଯ୍ୟରେ ଅଣ କୁଶଳୀ ଶ୍ରମିକ ଙ୍କୁ ଦୈନିକ ମଜୁରୀ ୪୫୦ ଟଙ୍କା ହିସାବରେ ଏକାଉଣ୍ଟ୍ ଜରିଆରେ ପ୍ରଦାନ କରିବା ପାଇଁ ବିଡ଼ିଓ ଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମନ୍ତ୍ରୀ ଜଙ୍ଗଲ ବିଭାଗ ଓ ଶ୍ରମ ବିଭାଗର ଅଧିକାରୀ ଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ ।