ଢେଙ୍କାନାଳ,୧୨.୦୮(ଶୁଭମ ପାଣି):ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ରେ ଛାତ୍ରଛାତ୍ରୀଙ୍କର ଉତ୍ତମ ଭବିଷ୍ୟତ ଗଠନ ନିମନ୍ତେ OSEPA(ଓସେପା) ତରଫରୁ Career Counciling କରାଯାଇଥିଲା l ସକାଳ ୧୦ଟା ବାଜି ୩୦ ମିନିଟ୍ ରେ ଓସେପା ରୁ Career counciling trainer ଭାବେ ଯୋଗ ଦେଇଥିଲେ ଶ୍ରୀ ନିସନ୍ତ ମୁଣ୍ଡୁ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଗଣ ଯଥା- ଶ୍ରୀମତୀ ଶର୍ମିଷ୍ଠା, ଶ୍ରୀମତୀ କନ୍ୟାକୁମାରି ଭୁତିଆ, ଶ୍ରୀମତୀ ସୁଲୋଚନା ଭୁତିଆ ଓ ଶିକ୍ଷକ ପ୍ରସାନ୍ତ କୁମାର ସାହୁ ତାଙ୍କୁ ଅଭିନ୍ଦନ ଜଣାଇବା ସହିତ ସଭା ଗୃହକୁ ପାଛୋଟିନେଇଥିଲେ l ଉଭୟ ୧୦ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବଭବିଷ୍ୟତରେ ଜୀବନରେ କିପରି ଆତ୍ମନିର୍ଭରଶୀଳ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା l ପିପିଟି ମାଧ୍ୟମରେ ପିଲାମାନଙ୍କୁ କଳା, ବିଜ୍ଞାନ, ବାଣିଜ୍ୟ, ପ୍ରବେଶିକା ପରୀକ୍ଷା ଓ ଧନ୍ଦା କୈନ୍ଦ୍ରିକ ଶିକ୍ଷା ଆଦିରେ କିପରି ଭବିଷ୍ୟତ ଗଠନ କରାଯାଇପାରିବ ବୁଝିଆଯାଇଥିଲା l Career Councillor ଶ୍ରୀ ନିସନ୍ତ ମୁଣ୍ଡୁ ପିଲାମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ l ଏହାପରେ ବିଦ୍ୟାଳୟ ତରଫରୁ ଶିକ୍ଷକ ଦୁଷ୍ମତ କୁମାର ସାହୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l