ସରପଞ୍ଚଙ୍କ ୫ ସନ୍ତାନ: ଗୁମିକିଆ ସରପଞ୍ଚଙ୍କୁ ଅସିଦ୍ଧି ଘୋଷଣା କଲେ ଜିଲ୍ଲାପାଳ

ଦାରିଙ୍ଗବାଡି,୯/୮(ତରଣୀ ସାହୁ): ମିଥ୍ୟାସତ୍ୟ ପାଠ ଦାଖଲ କରିବା ପଡ଼ିଲା ମହଙ୍ଗା । ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନଙ୍କୁ ଅସିଦ୍ଧି ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ । ତ୍ରିନାଥ ପ୍ରଧାନ ଙ୍କ ୫ ସନ୍ତାନ ରହିଥିବା ବେଳେ ୨ ଗୋଟି ସନ୍ତାନ ଥିବା ସତ୍ୟପାଠ ରେ ଦର୍ଶାଇ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚନରେ ବିଜୟ ହାସଲ କରିଥିଲେ । ହେଲେ ତାହା ଅଧୀନ ଦିନ ଆଉ ତିଷ୍ଟି ପାରିଲା ନାହିଁ । ୨ ବର୍ଷ ୫ ମାସ ପରେ ଗଲା ପଦବୀ । ସୂଚନା ପ୍ରକାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ପ୍ରାର୍ଥୀ ପତ୍ର ଦାଖଲ ବେଳେ ମିଛ ସତ୍ୟ ପାଠ ଦେଇ ନିର୍ବାଚନ ବିଜୟ ହୋଇଥିବା ନେଇ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଓ ପାରାଡ଼ାକିଆ ଗ୍ରାମର କଳାକାର ପ୍ରଧାନ ୨୦୨୩ ମସିହାରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ପିତର ଓ କଳାକର ଦୁହେଁ ଦାରିଙ୍ଗବାଡି ସିଡିପିଓ ଙ୍କ ଠାରେ ସୂଚନା ଅଧିକାର ଆଇନ୍ ବଳରେ ତ୍ରିନାଥ ଙ୍କ ୫ ଗୋଟି ସନ୍ତାନ ଥିବା ନେଇ ସୂଚନା ମିଳିଥିଲା । ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ୱିତୀୟ, ୨୦୦୨ରେ ତୃତୀୟ,୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣାପଡିଥିଲା। ଏହାକୁ ନେଇ ଜିଲ୍ଲାପାଳ ଙ୍କ ଠାରେ ଦାଖଲ କରିଥିଲେ ଅଭିଯୋଗକାରୀ । ଜିଲ୍ଲାପାଳ ଏହାର ତଦନ୍ତ କରି ତ୍ରିନାଥ ଙ୍କ ସରପଞ୍ଚ ପଦବୀ କୁ ରଦ୍ଦ ଘୋଷଣା କରିଥିଲେ ।