ଦାରିଙ୍ଗବାଡି,୬/୮(ତରଣୀ ସାହୁ):ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାରେ ରହିଥିବା ଏକମାତ୍ର ଜିଓ ନେଟୱର୍କ ସେବା ୭ ଦିନ ହେବ ଅଚଳ ହୋଇ ପଡ଼ିରହିଛି । ଦୀର୍ଘ ଦିନ ଧରି ନେଟୱର୍କ ଠିକ ଭାବରେ କାମ କରୁ ନ ଥିବାରୁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳର ଜିଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳରେ ସଂଖ୍ୟାଧିକ ଗ୍ରାହକ ରହିଥିବା ବେଳେ ନେଟୱର୍କ କାମ କରୁନଥିବାରୁ ବିଭିନ୍ନ ଜରୁରୀ କାଳୀନ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବିଭିନ୍ନ ପ୍ରକାର ଅନଲାଇନ ସେବା ସମ୍ପୂର୍ଣ ପ୍ରଭାବିତ ହୋଇଛି। ଜିଓ ଗ୍ରାହକ ମାନେ ଶତାଧୂକ ଟଙ୍କାର ରିଚାର୍ଜ କରିଥିବା ବେଳେ ସେବା ନପାଇ ସମୟ ଗଡିଯାଉଛି । ଜିଓ କମ୍ପାନୀ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଜିଓ ନେଟୱର୍କ ବିରୋଧରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ସେହିଭଳି ସାମାନ୍ୟ ବର୍ଷା ଝଡ ହେଉ କିମ୍ବା କରେଣ୍ଟ ଗଲେ ନେଟୱର୍କ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମିଞ୍ଜାପଙ୍କା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।