ଦାରିଙ୍ଗବାଡି,୪/୮(ତରଣୀ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ହୋଇଥିବା ଚାଉଳ ଦୁର୍ନୀତି ଘଟଣାକୁ ଚପେଇ ଦେବାକୁ ଯୋଗାଣ ବିଭାଗ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତଦନ୍ତ ବଦଳରେ ଘଟଣା କୁ କେମିତି ଚପାଇ ଦିଆଯିବ ସେନେଇ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଉଦ୍ୟମ କରୁଛନ୍ତି । ସିମନବାଡ଼ି ପଞ୍ଚାୟତର ଯୁଡ଼ାବାଡ଼ି ଗ୍ରାମର ୪ ଜଣ ମୃତ ବ୍ୟକ୍ତି ସହ ଦଡ଼ିବାଡ଼ି ଗ୍ରାମର ଜଣେ ମୃତ ବ୍ୟକ୍ତି ଙ୍କ ସହ ଅନେକ ମୃତ ବ୍ୟକ୍ତି ଙ୍କ ନାମରେ ୩୦ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଏହାର ତଦନ୍ତ ହେବ ବୋଲି କହିଥିଲେ । ହେଲେ ସ୍ଥାନୀୟ ଯୋଗାଣ ଅଧିକାରୀ ଉକ୍ତ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଥିବା ବେଳେ ଦାରିଙ୍ଗବାଡି ବ୍ଲକରେ ରହିଥିବା ଅନ୍ୟ ପଞ୍ଚାୟତରେ ମୃତ ବ୍ୟକ୍ତି ଙ୍କ ଚାଉଳ ହଡପ କରିଥିବା ଯୋଗାଣ ସହାୟକ ଓ ଯୋଗାଣ ଅଧିକାରୀ ଚିନ୍ତାରେ ପଡ଼ି ଯାଇଛନ୍ତି । ଗୋଟିଏ ୱାର୍ଡ ରୁ ଯଦି ୩୦ କ୍ଵିଣ୍ଟାଲ ରୁ ଉର୍ଦ୍ଧ ଚାଉଳ ଦୁର୍ନୀତି ହୋଇଛି ତାହାଲେ ପଞ୍ଚାୟତ ଓ ବ୍ଲକ ଅଞ୍ଚଳରେ କେତେ ଦୁର୍ନୀତି ହୋଇଥିବ ତାହା କଳନା କରିହେବ ନାହିଁ । ଭୂତ ନାମରେ ହଡପ ହୋଇଥିବା ଚାଉଳ କିଛି ଦୋକାନ ସହ ବାହାରି ଲୋକଙ୍କୁ ବିକ୍ରି କରାଯାଉଥିବା ମଧ୍ୟ ଆଲୋଚନା ହେଉଛି । ଯୋଗାଣ ଅଧିକାରୀ ଓ ବ୍ଲକ ପ୍ରଶାସନ ଛତ୍ରଛାୟା ତଳେ ଏସବୁ ଏଭଳି ଦୁର୍ନୀତି ହେଉଥିବା ବେଳେ ଏତେ ବର୍ଷ ହେଲା କିଭଳି ଜିଲ୍ଲା ପ୍ରଶାସନ ଜାଣି ପାରୁ ନଥିଲା ନା ଜାଣିକି ନଜାଣିବାର ଅଭିନୟ କରୁଥିଲା ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ଉପରେ କେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।