ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ

ଢେଙ୍କାନାଳ,୨୬.୦୭(ଶୁଭମ ପାଣି):ଆଜି ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ଥରୀୟ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଦକ୍ଷତା ଓ ଧନ୍ଦାମୂଳକ ବିକାଶ କାର୍ଯ୍ୟକ୍ରମ ଅତି ଆଡମ୍ବରରେ ପାଳନ କରାଯାଇଛି l ସକାଳ ପ୍ରାୟ ୧୨ ଘଟିକାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ୬ଷ୍ଠ ରୁ ୧୦ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ OSEPA ଦ୍ୱାରା ପ୍ରାୟୋଜିତ Online Webinar କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ଅପରାହ୍ନରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା l ମୁଖ୍ୟ ଅତିଥି ଭାବେ ବଜାର କୋଲକାତା ଢେଙ୍କାନାଳର Visual Merchandiser ଜୟଶ୍ରୀ ଲେଙ୍କା ଉପସ୍ଥିତ ରହି ଖୁଚୁରା ବ୍ୟବସାୟ, ଦକ୍ଷତା ବିକାଶ ଓ ପର୍ଯ୍ୟଟନ ଇତ୍ୟାଦି ଧନ୍ଦା ମାଧ୍ୟମରେ କିପରି ଭବିଷ୍ୟତ ଗଢିହେବ ସେ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମଟିକୁ ସଫଳ ପରିଚାଳନା କରିଥିଲେ ବିଦ୍ୟାଳୟର ଦୁଇ ଧନ୍ଦା କୈନ୍ଦ୍ରିକ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଓ ସୁଜିତ କୁମାର ଦାସ l