ଜୟପାଟଣା,୧୩/୦୭(ମଳୟ କୁମାର ସାହୁ):-ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘ ଏବଂ ରେଙ୍ଗାଲପାଲି କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ତଥା ବିଦାୟୀ କାଳୀନ ସଭା ରେଙ୍ଗାଲପାଲି ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଞ୍ଜୟ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟ ଅତିଥି ଭାବେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ଗଣେଶ ବେହେରା,ଭୁବନେଶ୍ୱର ପଟ୍ଟନାୟକ,ସୁରେନ୍ଦ୍ର ମୋହନ ଯୋଶୀ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ତିକେଚନ୍ଦ୍ର ମାଝୀ,କୋକସରା ଶିକ୍ଷକ ସଂଘ ସଭାପତି ଭୂରି ଶ୍ରବା ଜାଲ,ଥୁଆମୂଲ୍ ରାମପୁର ସଭାପତି ଅଜିତ କୁମାର ନାୟକ,ଜିଲ୍ଲା କୋର କମିଟି ସଦସ୍ୟ ତପନ ବେହେରା,ରାମେଶ୍ବର ଭାଇ,ଉପ ସଭା ନେତ୍ରୀ ରଶ୍ମିତା ବେହେରା ,ସି ଆର ସି ସି ରମାକାନ୍ତ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ସଂଘ ସଂପାଦକ ଲଳିତ କୁମାର ନାଏକ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ବିଦାୟୀ ଶିକ୍ଷକ ତଥା ସହ ଶିକ୍ଷାଧିକାରୀ ଟିକେଚନ୍ଦ୍ର ମାଝୀ,ପ୍ରଭାସିନୀ ମହାନ୍ତି,ଅରୁଣ ଠାକୁର,ଯଦୁମଣି ରାଉତ,ଦୁର୍ଯ୍ୟୋଧନ ବାଗ, ଋଷୀମନୀ ବାଣୁଆ ଙ୍କୁ ଭବ୍ୟ ସମ୍ଭର୍ଦ୍ଧନ ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଆଦ୍ୟ ସଭାରେ ଲାଞ୍ଜିଗଡ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ପ୍ରଦୀପ କୁମାର ଦିଶାରୀ ଏବଂ ରାଜ୍ୟ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ , ହରିପୁର ରୋଡ କଟକ ୧ ର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କୁ ବିପୁଳ ସ୍ଵାଗତ ତଥା ଅଗ୍ରପୂଜ୍ୟ ଙ୍କ ପ୍ରତି ମୂର୍ତ୍ତି ସହ ସମ୍ବର୍ଦ୍ଧନା କରାଯାଇଥିଲା। ସଭାକୁ ସିଦ୍ଧାର୍ଥ ମିଶ୍ର ପରିଚାଳନା କରୁଥିବା ବେଳେ ପ୍ରମୋଦ କୁମାର ଠାକୁର ଧନ୍ୟବାଦ୍ ପର୍ବ ଦାୟିତ୍ଵ ନେଇଥିଲେ।ମାଧବ ପଣ୍ଡା,ଦିବାକର ପଟ୍ଟନାୟକ,ଶାଶ୍ଵତୀ ମିଶ୍ର ସମ୍ବର୍ଦ୍ଧନା ପତ୍ର ପଠନ କରିଥିଲେ। କ୍ଲଷ୍ଟର ସମସ୍ତ ଶିକ୍ଷକ , ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।ପ୍ରଫୁଲ୍ଲ ବେହେରା,କ୍ଷମା ରାଉତ ,ଗୁଣନିଧି ସିଂହ,ଭଗବାନ ବେନୂପାଣି,ମାନସ ପଣ୍ଡା,ତ୍ରିନାଥ ନାଏକ,ଗଣେଶ ଶବର,ଦେବେନ୍ଦ୍ର ରାଉତ,ନବ କିଶୋର ନାଏକ ସହଯୋଗ କରିଥିଲେ।