ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ବାଜିଚୈକ,ଢେଙ୍କାନାଳ କମିଟିର ୨୫ ତମ ରୋପ୍ୟ ଜୟନ୍ତି

ଢେଙ୍କାନାଳ,(ଶୁଭମ ପାଣି):ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ବାଜିଚୈକ, ଢେଙ୍କାନାଳ କମିଟିର ୨୫ ତମ ରୋପ୍ୟ ଜୟନ୍ତି ଅବସରରେ ସନ୍ଧ୍ୟା ସମୟରେ କମିଟି ସମସ୍ତ ସଦସ୍ୟମାନେ ସ୍ଥାନୀୟ ବ୍ରାହ୍ମଣୀଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଦୀପଦାନ କରିଥିଲେ। ଏହି ଭଜନ ସମାରୋହ ୦୭ ତାରିଖ ଶ୍ରୀଗୁଣ୍ଡିଚା ଠାରୁ ୧୫ ତାରିଖ ବାହୁଡା଼ ଯାତ୍ରା ଦିନ ଉଦଯାପିତ ହେବ। ଆଜି ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ସପନ୍ କୁମାର ନନ୍ଦ, ସମ୍ମାନିତ ଅତିଥି ସହ ଦେବୋତ୍ତର ଅଧିକାରୀ ମିରା ନାୟକ, ପୈାରନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା ଉପସ୍ଥିତ ରହି ୨୫ତମ ରୋୖପ୍ୟ ଜୟନ୍ତୀ ଉତ୍ସବର ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ।ମୁକ୍ଲା ନନ୍ଦ ଓ କମଳ ନନ୍ଦ ଦୁଇ ଜଣ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଥମ ଦିବସରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା କଟକ ର କଳାକାରମାନେ କୁମାର ପପୁ, ପ୍ରଭୁ ଦେବା ସ୍ବାଇଁ,ପ୍ରିୟଙ୍କା ଓ ଭାଗ୍ୟଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସମ୍ପାଦକ ମହମ୍ମଦ ସାଗରି, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ମଞ୍ଚ ପରିଚାଳନା ଅବନୀ କୁମାର ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ସତ୍ୟନାରାୟଣ କର ଏବଂ କମିଟି ର ସମସ୍ତ ସଦସ୍ୟଙ୍କ ଉପସ୍ଥିତ ରେ ଏହି ସମାରୋହ ଉତ୍ସବ ପାଳିତ ହୋଇଯାଇଛି। ଅତିଥିମାନେ କହିଥିଲେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଆଗକୁ ଆହୁରି ଉତ୍ତରାତ୍ତର ଉନ୍ନତି କରୁ।