ଆଠମଲ୍ଲିକ,(ବୁଲୁ ଦଳେଇ):ଠାକୁରଗଡ଼ ରେ ଘୋଷଯାତ୍ରା ଆଜି ପ୍ରଥମ ଦିନରେ ମନ୍ଦିର ରୁ ତିନି ଠାକୁରଙ୍କୁ ପହଣ୍ଡି କରାଇ ଠାକୁରଗଡ଼ ଗଣେଶ ବଜାର ଠାରେ ପହଞ୍ଚିବା ପରେ ପ୍ରଥମେ ତିନି ରଥକୁ ରୀତି ନୀତି ଅନୁଯାୟୀ ମନ୍ତ୍ର ପାଠ କରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଆରାଧନା କରାଯାଇଥିଲା। ମୁଖ୍ୟ ପୂଜକ କେଶବ ଚନ୍ଦ୍ର ଶତପଥୀ ଙ୍କ ଦ୍ଵାରା ଏହା ସମାପନ ହୋଇଥିଲା। ରାଜା ବିଶ୍ବରଂଜନ ଦେଓ ଛେଚା ପହଁରା କାର୍ଯ୍ୟ କରିବା ପରେ ତିନି ରଥ ଟଣାଯାଇ ଥିଲା। ଏହି ଯାତ୍ରାରେ ପ୍ରାୟ ଦଶ ହଜାର ରୁ ଅଧିକ ଲୋକ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥରେ ଦର୍ଶନ କରି ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଠାକୁରଗଡ଼ ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମ ସଭାପତି ଯୋଗେଶ୍ୱର ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଇନ୍ଦ୍ରମଣି ସାହୁ, ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଯାତ୍ରା ପରିଚାଳିତ ହେଉଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅଭଡ଼ା, ଟଙ୍କ ତୋରାଣି, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ମିନବଜାର ପଡ଼ିଥିବାରୁ ଲୋକେ ବିଭିନ୍ନ ପ୍ରକାର ଘରୋପଯୋଗି ସାମଗ୍ରୀ କିଣିବା ସହିତ ଚଟ ପଟି ଖାଦ୍ୟ ର ମଜା ଉଠାଇଥିଲେ। ଆଜି ତିନି ରଥ ଲକ୍ଷ୍ମୀ ବଜାର ଠାରେ ରହିବା ପରେ ଆସନ୍ତା କାଲି ରଥ ଟଣାଯାଇ ଠାକୁରଙ୍କୁ ମାଉସୀ ମା ମନ୍ଦିର କୁ ନିଆଯିବର୍ କାର୍ଯ୍ୟକ୍ରମ ରହିଛି।