ଢେଙ୍କାନାଳ,୦୪.୦୭(ଶୁଭମ ପାଣି):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ଅଭ୍ୟାସ ବର୍ଗ-୨ ଢେଙ୍କାନାଳ ସ୍ଥିତ ସିନର୍ଜି ଇଞ୍ଜିନିୟରିଂ କଲେଜ ଠାରେ ଜୁନ ୩୦ ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପରିଷଦର ପ୍ରଶିକ୍ଷଣ ଶିବିର ଚାଲୁ ରହିଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ଉଦ୍ଘାଟନ ସତ୍ରରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ଯ ସମ୍ପାଦକ ଅରିଜିତ ପଟ୍ଟନାୟକ, କ୍ଷତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଲ,ପ୍ରାନ୍ତ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଉପସ୍ଥିତ ଥିଲେ। ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ପ୍ରାସ୍ତାବିକ ରଖିଥିଲେ। ପୂର୍ବ କ୍ଷେତ୍ରର କ୍ଷତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ସିଲ ବିଦ୍ୟାର୍ଥୀ ପରିଷଦର ଇତିହାସ ଏବଂ କାର୍ଯ୍ୟ ବାବଦରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଚାରି ଦିନ ବ୍ୟାପୀ ଚାଲିଥିବା ଥିବା ଏହି ପ୍ରାନ୍ତ ଅଭ୍ୟାସ ବର୍ଗରେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ନାୟକ ଓ ପୂର୍ବତନ ବିହାର କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ନିଖିଲ ଜି ଉପସ୍ଥିତ ଥିଲେ l ଏହି ବର୍ଗରେ କାର୍ଯ୍ୟକର୍ତ୍ତା ମାନେ ଭାଷଣ କଳା ଠୁ ଆରମ୍ଭ କରି କାନ୍ଥ ଲିଖନ ପର୍ଯ୍ୟନ୍ତ ପ୍ରଶିକ୍ଷିତ ହୋଇଥିଲେ l ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି ସହ ସଦସ୍ୟତା ଶାଖା ଗଠନ ତଥା ବିଭିନ୍ନ ବିଷୟରେ ପ୍ରଶିକ୍ଷିତ ହୋଇଥିଲେ l ଶେଷ ଦିନ ବର୍ଗ ଉଦଯାପିତ ହେବା ସହ ଚଳିତ ଶିକ୍ଷା ବର୍ଷ ନିମନ୍ତେ ନୂତନ ସାଙ୍ଗଠନିକ ଦାୟିତ୍ଵ ଘୋଷଣା ହୋଇଥିଲା l