ବ୍ରହ୍ମପୁର,୪/୭ : ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁ ନଥିବା ଅନୁଭବ ହେଉଛି । ପରାଜୟର ଗ୍ଲାନିରୁ ମୁକୁଳି ପାରୁନଥିବା ନେତା ମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି ନେତା ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରି ହାରିଥିବା ବିଜେଡ଼ି ନେତା ବିକ୍ରମ ପଣ୍ଡାଙ୍କ ମନ୍ତବ୍ୟ ଅରୁଚିକର ଓ ବିଭ୍ରାନ୍ତିକର ମଧ୍ୟ । ବ୍ରହ୍ମପୁର ସହର ସମେତ ଗୋପାଳପୁର ଅଞ୍ଚଳରେ ବିଜୁ ଜନତା ଦଳର ସରକାର ଥିବା ସମୟରେ ଅରାଜକତା ସୃଷ୍ଟିର ଜନକ ବିକ୍ରମ ପଣ୍ଡା ବାବୁ ଯାହା ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ଭିତ୍ତିହୀନ । ସେ ଭୁଲି ଯାଉଛନ୍ତି ନିର୍ବାଚନ ସମୟରେ ହୁଗୁଳାପଟା ଠାରେ ବିଜେପି କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗ୍ରାମରେ ପଶି ବୁଥ ଜବରଦଖଲ ଉଦ୍ୟମ ଓ ଶତାଧିକ ଅପରାଧି ମାନଙ୍କୁ ଧରି କୋଳଥିଗାଁରେ ପଶି ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଥିବା ଶ୍ରୀ ପଣ୍ଡାଙ୍କ କେଉଁ ଲୁକାୟତ ବ୍ୟବସାୟକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବନ୍ଦ କହିଛନ୍ତି ଶ୍ରୀ ପଣ୍ଡା ସ୍ପଷ୍ଟ କରନ୍ତୁ । ରାଜନୀତିରେ ହାରିବା ଜିତିବା ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ନିର୍ବାଚନର ପରାଜୟ ପରେ ଔଷଧ ବିକଳରେ ତାଟିଆ କାମୁଡିବା ପରି, ବିଜୁ ଜନତା ଦଳର କିଛି ନେତାଙ୍କ ଆଚରଣରୁ ଜଣା ପଡ଼ୁଛି । ଯେଉଁ ମାନେ ଦିନେ ନିଜେ ଘରକୁ ଡାକି ଲୋକଙ୍କୁ ପିଟୁଥିଲେ, ଲୋକଙ୍କ ଉପରେ ମିଥ୍ୟା ମୋକଦ୍ଦମା କରାଉଥିଲେ, ନିରୀହ ଲୋକଙ୍କୁ କ୍ଷମତାର ଅପବ୍ୟବହାର କରି ଥାନାରେ ବସାଉଥିଲେ, ସେମାନେ ଆଜି ପୁଲିସ, ପ୍ରଶାସନ ଓ ମନ୍ତ୍ରୀଙ୍କୁ ନିନ୍ଦା କରିବା ହାସ୍ୟାସ୍ପଦ ଅଟେ । ନ୍ୟାୟ ମାଗୁଥିବା ବ୍ୟକ୍ତିର ହାତ ମଇଳା ଓ ରକ୍ତାକ୍ତ ହୋଇନଥିବା ଦରକାର । ବିଜେପି ଓ ମାନ୍ୟବର ମନ୍ତ୍ରୀଙ୍କ ବିରୁଦ୍ଧରେ ଅପପ୍ରଚାର ସୃଷ୍ଟି କରୁଥିବା ବିଜୁ ଜନତା ଦଳ ଓ ବିକ୍ରମ ପଣ୍ଡା ମନେ ରଖିବା ଦରକାର ଓଡ଼ିଶା ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇ ସାରିଛି । ବିଜୁ ଜନତା ଦଳ ଧ୍ୱଂଶାଭୀମୁଖେ ଗତି କରୁଛି । ଅତଏବ ବିଜୁ ଜନତା ଦଳ କରିଥିବା ପାପକୁ ଜିଲ୍ଲାବାସୀ କେବେ ବି କ୍ଷମା ଦେବେ ନାହିଁ । ଗର୍ବ, ଅହଙ୍କାର ଓ ଭିତ୍ତଶାଳି ବିଜୁ ଜନତା ଦଳର ନେତା ମାନେ ମନେ ରଖିବା ଦରକାର ଗୋପାଳପୁର ହେଉଛି ଶାନ୍ତି ଓ ବିକାଶରେ ବିଶ୍ୱାସ କରୁଥିବା ନିର୍ବାଚନ ମଣ୍ଡଳୀ । ଏଠି ଅସାମାଜିକ କାର୍ଯ୍ୟକଳାପକୁ ଲୋକେ କେବେ ସହିନାହାନ୍ତି କି, ସହିବେ ନାହିଁ । ଏଣୁ ଜିଲ୍ଲାରେ ଅରାଜକତା ସୃଷ୍ଟି କରିବା ଓ ଖଣି, ବାଲି, ଗୋଡ଼ି, ପିଚୁ, ମଦ, ପେଟ୍ରୋଲ ଓ ଚିଙ୍ଗୁଡି ବେପାରରେ ଥିବା ନେତାମାନେ ଲୋକଙ୍କୁ ବିଭ୍ରାନ୍ତି କରିବାରୁ କ୍ଳାନ୍ତ ରୁହନ୍ତୁ । ଏହାସହ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କର ସମ୍ପତି ବୃଦ୍ଧିର ଭିଜିଲାନ୍ସ ତଦନ୍ତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବିଜେପି ନେତା ତଥା ଆଇନଜୀବି ପିତବାସ ପଣ୍ଡା,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ରାଜେଶ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।