ପୁଣି ମୁଣ୍ଡ ନେଲା 55 ନମ୍ୱର୍ ଜାତୀୟ ରାଜପଥ

ଅନୁଗୁଳ,୦୧.୦୭(ବୁଲୁ ଦଳେଇ):ପୁଣି ଥରେ 55 ନମ୍ୱର୍ ଜାତୀୟ ରାଜପଥ ରେ ମୁଣ୍ଡ ଗଡ଼ିଛି। ଷୋମବାର ଦିନ 10 ଟା ବେଳେ ଜରପଡା ଥାନା ମରା ତିରା ହାଟ ଛକ ଠାରେ ଏକ ମାଲ୍ ବୋଝଇ ଟ୍ରକ୍ ମରା ତୀରା ଗ୍ରାମର ଯୋଗୀ ବିଶ୍ଵାଳ ଙ୍କୁ ଚାପି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଉତ୍ୟକ୍ତ ଲୋକମାନେ ଓ ମୃତକଙ୍କ ପରିବାର କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରି ଛନ୍ତି। ଘଟଣା ସ୍ଥଳରେ ଜରପଡା ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତ ପହଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରୁଛନ୍ତି।