ଆଠମଲ୍ଲିକ,୨୫.୦୬(ବୁଲୁ ଦଳେଇ):*କାହା ବଳରେ ବଳିଆନ ସରପଞ୍ଚ ସ୍ୱାମୀ ?
*ସମସ୍ୟା ର ସମାଧାନ କରିବାକୁ ମାଗୁଥିଲେ ଟଙ୍କା
*ଦାଦା ବଟି ନ ଦେବାରୁ ସରପଞ୍ଚ ସ୍ୱାମୀଙ୍କ ଗୁଣ୍ଡାମି ||
ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମ ଟାପ ର ଦୟାନିଧି ସାହୁ ମାଡର ଶିକାର ହୋଇ ନ୍ୟାୟ ପାଇଁ ଠାକୁର ଗଡ଼ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ,ସୂଚନା ଅନୁଯାଇ ପୂର୍ବରୁ ଦୟାନିଧି ସାହୁ ଭାଇ କେଦାର ନାଥ ସାହୁ ଏବଂ ବଡ଼ ଭାଇ ପ୍ରମଦ ସାହୁ ଙ୍କ ମଧ୍ୟ ରେ ଜମି ଜାଗା ନେଇ ଭାଇ ଭାଇ ମଧ୍ୟ ରେ ଝଗଡା ସୄଟି ହୋଇ ଥାନାରେ ପହଂଚି ଥିଲା ମାମଲା, ଠାକୁର ଗଡ଼ ଥାନାରେ ଅପସ ବୁଝା ମଣା କରି ଆଗକୁ ଗଣ୍ଡ ଗଳ ସୄଟି ନ କରି ସମସ୍ତ ଜାଗା ସମାନ ଭାଗରେ ସରକାରୀ ନିୟମ ଅନୁଯାଇ ବଣ୍ଟା ଯିବାର ଏକ ଚୁକ୍ତି ନାମ ଲେଖି ହୋଇଥିଲା, ଗତ କାଲି ଦୟାନିଧି ସହୂ ଙ୍କ ବାପା ପଟା ଜମିରେ ଭାଇ ପ୍ରମଦ ସାହୁ, ସରପଞ୍ଚ ସ୍ୱାମୀ ଙ୍କୁ ନେଇ ବୋରିଂ ଖୋଳିଥିଲି, ସରପଞ୍ଚ ସ୍ୱାମୀଙ୍କୁ କାହିଁକି ଆମ ଜାଗାରେ ନିଜ ଇଚ୍ଛାରେ ଖୋଳୁଛ, ପଚାରିବାରୁ 10 ହଜାର ଟଙ୍କା ଦେଲେ ଖୋଳା ଯିବନି କହିଥିଲେ,ଟଙ୍କା ପାଇଁ ଅନିଚ୍ଛା ପ୍ରକାଶ କରିବାରୁ ସରପଞ୍ଚ ସ୍ୱାମୀଙ୍କ ନିର୍ଦେଶ ରେ ଦୟା ନିଧି ସାହୁ ଙ୍କୁ ଭାଇ କେଦାର ନାଥ ସାହୁ କୁ ଗୁଡେଇ ତାଡେ଼ଇ, ତଳେ ଗାର୍ଡେଇ ଘୁଷୁରେଇ ନିର୍ଧୁମ ମାଡ଼ ମାରିଥିଲେ, ପ୍ରାଣ ବିକଳରେ ଦୌଡ଼ି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛିନ୍ତି ଦୟାନିଧି ସାହୁ, ଏ ସମ୍ପର୍କ ରେ ସରପଞ୍ଚ ସ୍ୱାମୀଙ୍କୁ ଯୋଗ ଯୋଗ କରିବାରୁ ଫୋନ ଉଠାଇନାଥଲେ, ତେବେ ଏଭଳି ସରପଞ୍ଚ ସ୍ୱାମୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିବା ସ୍ଥାନୀୟ ଅଂଚଳ ରେ ଅଭିଯୋଗ ହେଉଛି।