ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଆଇୱା କର୍ମୀ

ଢେଙ୍କାନାଳ,୨୧.୦୬(ଶୁଭମ ପାଣି):ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କାର୍ଯ୍ୟକର୍ତ୍ତା ତଥା ଯୋଗ ପ୍ରଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସଦରର ନବନିର୍ବାଚିତ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଯୋଗଦେଇ ଜନ କଲ୍ୟାଣ ତଥା ଦେଶର ପ୍ରଗତିପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳର ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧକ୍ଷା, ଅତିରିକ୍ତ ଜିଲ୍ଲାପାଳ, ପ୍ରୋଜେକ୍ଟ ଡିରେକଟର ପ୍ରମୁଖ ଉପସ୍ଥିତ ରହି ଯୋଗର ଉପକାରିତା ବିଷୟରେ ଆଲୋକପାତ କରଥିଲେ l ଏହି କାର୍ଯ୍ୟକ୍ରମରେ ଆଇୱାର ଯୋଗ ପ୍ରଶିକ୍ଷାର୍ଥୀ ଶ୍ରୀମତୀ ବାସନ୍ତୀ ବେହେରାଙ୍କୁ ଯୋଗ ପ୍ରଶିକ୍ଷଣର ଦାୟିତ୍ବ ଦିଆଯାଇଥିଲା ଏବଂ ଏହି ଦାୟିତ୍ୱକୁ ଶ୍ରୀମତୀ ବେହେରା ସୁଚାରୁରୂପେ ତୁଲାଇଥିଲେ l ଆଇୱା, ଢେଙ୍କାନାଳର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଧକ୍ଷ ତୟୁବ ଅନସାରୀ,ସଦସ୍ୟା ନମିତା ରଥ, ମମତା ମହାପାତ୍ର, ପ୍ରଶିକ୍ଷାର୍ଥୀ ପ୍ରୀତିସୁଧା ମିଶ୍ର, ବାସନ୍ତୀ ବେହେରା,ଶିବାନୀ ସାମଲ, ମଧୁସ୍ମିତା ମଙ୍ଗରାଜ, ମମତା ସ୍ୱାଇଁ, ନମିତା ମିଶ୍ର, ନିରୁପମା ଜେନା, ଶୁଭସ୍ମିତା ନନ୍ଦ, ପୁଷ୍ପଲତା ପାଲ, ସଂଯୁକ୍ତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ l କେବଳ ଢେଙ୍କାନାଳରେ ନୁହେଁ, ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର, ଭୁବନେଶ୍ୱରସ୍ଥିତ କଳିଙ୍ଗ ହକି ଷ୍ଟାଡିୟମଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଶିକ୍ଷଣ ଦାୟିତ୍ବ ନେଇଥିଲେ ଏବଂ କଳିଙ୍ଗ ମୁଖ୍ୟ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ୍ୟ ଯୋଗ ଦେଇଥିଲେ l ଏହାଛଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମଧ୍ୟ୍ୟ ଆଇୱାର କର୍ମୀମାନେ ଯୋଗ ଦେଇଥିଲେ।”ଯୋଗ ନିଜ ପାଇଁ ଏବଂ ସମାଜ ପାଇଁ ” ଏହି ଉକ୍ତିର ପରିପୂର୍ଣ୍ଣତା ପାଇଁ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତ୍ତାମାନେ ସଦା ସର୍ବଦା କାର୍ଯ୍ୟରତ।