ଢେଙ୍କାନାଳ,୧୯.୦୬(ଶୁଭମ ପାଣି):ପଶ୍ଚିମ ବଙ୍ଗର ସିଲିଗୁଡ଼ି ଠାରେ ଅନୁଷ୍ଠିତ ସର୍ବ ଭାରତୀୟ କିକ୍ ବକ୍ସିଂ ଚମ୍ପିଆନ୍ ସିପ୍ ଜୁନ ୧୦ରୁ ୧୪ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ପ୍ରତିଯୋଗିତା ରେ ୱାକୋ ଓଡିଶା ତରଫ ରୁ ୩୫ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ ତରଫ ରୁ ୩ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଯୋଗେଶ୍ୱର ସାହୁ:- ୧ ରୋପ୍ୟ ପଦକ ଏବଂ ୨ ଟି କାଂଶ୍ୟ ପଦକ , ସ୍ମୃତି ଭୋଇ :- ୧ କାଂଶ୍ୟ ପଦକ ଏବଂ ରୋଜାଲିନ୍ ସ୍ୱାଇଁ ଭାଗନେଇଥିଲେ । ମିହିର୍ କୁମାର୍ ସାହୁ ଓଡ଼ିଶାର କୋଚ୍ ଭାବରେ ଯାଇ ଦାୟିତ୍ଵ ନିର୍ବାହ କରିଥିଲେ। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏହି ଖେଳାଳି ମାନଙ୍କୁ ସଫଳତା ହାସଲ ପାଇଁ ଜିଲ୍ଲା D.S.O ସାର୍ ପ୍ରଦିପ୍ତକୁମାର ମହାନ୍ତି ସାର୍ ସମ୍ବର୍ଥତ କରିଥିଲେ | ଏହି ସଫଳତା ପାଇଁ ୱାକୋ ଓଡ଼ିଶା ର ଚିଫ୍ ଆଡ଼ଭାଇଜର ଭବାନୀ ପ୍ରସାଦ ମିଶ୍ର , ସଭାପତି କାର୍ତ୍ତିକ୍ ଡ଼ାକୁଆ , ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡ଼ନାୟକ, ଉପସଭାପତି ସନ୍ତୋଷ କୁମାର ପରିଡ଼ା , ସମ୍ପାଦିକା କିର୍ତ୍ତିରାନି ସାହୁ, କୋଚ୍ ମିହିର କୁମାର ସାହୁ, ଏବଂ ଆସୋସିଏସେନ ର ସମସ୍ତ ସଦସ୍ୟ ଏବଂ ଖେଳାଳୀମାନେ ସୁଭେଚ୍ଛା ଜଣାଇଛନ୍ତି।