ଉଲୁଣ୍ଡା,୩/୬(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବୀରମହାରାଜପୁର ବ୍ଲକ ବହଲ ପଦର ଗ୍ରାମ ପଂଚାୟତ ବଡ଼ମାଳ ଗାଁ ର ପ୍ରସୂତି ମହିଳା ସୁଜାତା ପ୍ରଧାନଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ରକ୍ତଦାତା ଦଧିବାମନ ସାହୁ l ସ୍ଥାନୀୟ ରକ୍ତ ଭଣ୍ଡାରରେ ବର୍ତ୍ତମାନ ଦେଖା ଦେଇଥିବା ରକ୍ତର ସଙ୍କଟ ବେଳେ ଏଭଳି ଅସମୟରେ ପ୍ରଭୂ ଦଧିବାମନ ହଠାତ ରକ୍ତ ଧରି ପହଞ୍ଚିଗଲେ ବୀରମହାରାଜପୁର ଅଞ୍ଚଳର ୨୮ବର୍ଷିୟ ଯୁବକ ଦଧିବାମନ ସାହୁ l ଯିଏକି ଅନେକ ଥର O+ve ରକ୍ତଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ଆଉ ଏ ମହତ ସେବାର ସୁଯୋଗ ଓ ପ୍ରେରଣା ଲାଭ କରିଛନ୍ତି ରକ୍ତ ଆୟୋଜକ ତଥା ପୋଲିସ କର୍ମଚାରୀ ମନୋଜ ପଣ୍ଡା, ସୁଧାଂଶୁ ମେଣ୍ଡଲୀ,ନିମେଇଁ ଖଣ୍ଡଗିରି ଓ ଧନଞ୍ଜୟ ଭୋଇ ଙ୍କ ପାଇଁ ବୋଲି ଶ୍ରୀ ସାହୁ ପ୍ରକାଶ କରଛନ୍ତି। ଏଭଳି ଗ୍ରୀଷ୍ମ ପ୍ରବାହରେ ରକ୍ତ ର ସଙ୍କଟ ବେଳେ ନୂତନ ଯୁବପୀଢ଼ି ରକ୍ତଦାନ କରିବାକୁ ଓ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ସୁବର୍ଣ୍ଣପୁର ରକ୍ତଦାତା ସଂଘର ଜିଲ୍ଲା ସଭାପତି ମୋନଜ ପଣ୍ଡା ଙ୍କ କାର୍ଯ୍ୟକାଳ ଭିତରେତାଙ୍କ ନେତୃତ୍ୱରେ ଶହ ଶହ ରକ୍ତଦାନ ଶିବିର ଆୟୋଜନ କରାଇବାରେ ଓ ଜିଲ୍ଲା ତଥା ପାଖ ପଡୋଶୀ ଜିଲ୍ଲା ରେ ରକ୍ତ ର ଅଭାବ ଦୂର କରିବାରେ ଉଲ୍ଲେଖନୀୟ ଅବଦାନ ଥିଲା।