ବୀରମହାରାଜପୁର,୨୯/୫(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତର ସଦର ଉଫୁଲା ଗ୍ରାମରେ ଦେଖାଦେଇଛି ପାନୀୟ ଜଳର ଉତ୍କଟ ସମସ୍ୟା|ଦୀର୍ଘ ବର୍ଷ ହେଲା ସେମାନେ ଏକ କିଲୋମିଟର ଦୂରରୁ ପିଇବା ପାଣି ଆଣୁଛନ୍ତି|ପୁରୁଷ ମାନେ ସାଇକେଲ ଓ ମହିଳାମାନେ ମୁଣ୍ଡରେ ବୋହି ଆଣୁଥିବା ବେଳେ କିଛି ବର୍ଷ ହେଲା ରଣାପାଲି ଗ୍ରାମର ବ୍ରରୱାଲ ପଏଣ୍ଟ ରୁ ପାଇପ ଯୋଗେ ପାଣି ପାଉଛନ୍ତି | ଖରାଦିନ ସାଙ୍ଗକୁ ନିଅଣ୍ଟିଆ ପାଣି ଯୋଗାଣ ଗ୍ରାମ ବାସୀ ଙ୍କୁ ଅତିଷ୍ଠ କରିପକାଉଛି |ପାଣି ପାଇଁ ଏବେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି |ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ନାନ ଶୌଚ ପାଁଇ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି |ତେଣୁ ମଙ୍ଗଳବାର ଉଫୁଲା ଗ୍ରାମ ର ଶତାଧିକ ମହିଳା ପୂର୍ବହ୍ନ ୧୧ଟା ରେ ବୀରମହାରାଜପୁର ବିଡ଼ିଓ ପ୍ରୀୟଦର୍ଶନି ମିର୍ଦ୍ଧା ଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ |ଆନ୍ଦୋଳନକାରୀ ମହିଳାଙ୍କ ଅନୁସାରେ ଦିନକୁ ଦୁଇ ବେଳା ପିଇବା ପାଣି ଯୋଗାଣ ହେଉଥିଲେ ମଧ୍ୟ୍ୟ କେତେକ ଵ୍ୟକ୍ତି ଇଲେକ୍ଟ୍ରି ଲଗାଇ ପାଣି ଶୋଷି ନେଉଥିବାରୁ ସମସ୍ତେ ପାଣି ପାଉ ନାହାନ୍ତି |ଘରକୁ ସଂଯୋଗ ହୋଇଥିବା ପାଣି ମଟର ନ ଲଗାଇବାକୁ ସେମାନେ ବିଡ଼ିଓ ଙ୍କ ଠାରେ ଜଣାଇଛନ୍ତି |ତୁରନ୍ତ ଏହାର ସମଧାନ ନହେଲେ ସେମାନେ ସୋନପୁର ବୀରମହାରାଜପୁର ରାସ୍ତା ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି | ଏ ନେଇ ବୀରମହାରାଜପୁର ବିଡ଼ିଓ ମିର୍ଦ୍ଧା ଙ୍କୁ ପଚାରିବାରୁ ଖୁବଶୀଘ୍ର ଏହାର ସମଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି |