ଉଲୁଣ୍ଡା,୨୫/୫(ଚୈତନ୍ୟ ଭୁକ୍ତା):ଜଳ ହେଉଛି ମାନବ ପାଇଁ ପ୍ରକୃତି ର ସର୍ବୋତମ ଉପହାର |ଜଳ ସଂଚୟ କରିବା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଜୀବନର ସୁରକ୍ଷା ପାଇଁ ଏହା ଜରୁରୀ ଅଟେ |ଚାଲନ୍ତୁ ଏହି ଅମୁଲ୍ୟ ଉତ୍ସ କୁ ଜଳସମ୍ପଦ ସରକ୍ଷଣ ଏବଂ ଏହି ମୂଲ୍ୟବାନ ଉତ୍ସର ପ୍ରତ୍ୟେକ ବୁନ୍ଦା ସଞ୍ଚୟ କରିବାକୁ ଚେଷ୍ଟା କରିବା |ଜଳ ରହିଲେ ଜୀବନ ରହିବ |ସଂରକ୍ଷଣ କରିବା ଏବଂ ଜଳ ପ୍ରଦୂଷଣ ରୋକିବା ହେଉଛି ସମସ୍ତଙ୍କର କର୍ତ୍ତବ୍ୟ |ସମ୍ଭବ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ପୋଖରୀ ବଞ୍ଚାଅ ସଂରକ୍ଷଣ କରନ୍ତୁ ସଚେତନତା ବାର୍ତ୍ତା ଦିଆଯାଇଥିଲା |ଏହି ଅବସରରେ ସମ୍ଭବ ପରିବାର ସଦଶ୍ୟା ଗୌରୀ ନାୟକ, ଗୋଲାପ ଜେନା,ଓ ସୁଶ୍ରୀ ପ୍ରମିଳା ସିଂହ ଉପସ୍ଥିତ ଥିଲେ |ଜଳ ଅପବ୍ୟବହାର କରିବା ନାହିଁ |ଆମେ ଜଳ କିପରି ସଂରକ୍ଷଣ କରି ରଖିବା ତାହାର ବ୍ୟବସ୍ଥା କରିବା |ଆମେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବା କାରଣ ଆମେ ଜାଣିଛନ୍ତି ଜଳ ହିଁ ଜୀବନ |ଆସନ୍ତୁ ଜଳର ସୁରକ୍ଷା କରିବା ଜଳ ଅପଚୟ କୁ ରୋକିବା, ନଦୀ, ଗାଡ଼ିଆ ର ଜଳକୁ ଦୂଷିତ କରିବା ନାହିଁ, ଜଳ ବିନା ସୃଷ୍ଟି ନାଶ ହୋଇଯିବ, ଅଧିକ ସଂଖ୍ୟାରେ ଗଛ ଲଗାଇବା ଭୁତଳ ଜଳକୁ କମିବାକୁ ଦେବା ନାହିଁ ଜଳ ହିଁ ଜୀବନ ନିଜ ଅଞ୍ଚଳ ରେ ଥିବା ପୁରୁଣା ପୁଷ୍କରିଣୀ କୁଳ ଗାଡ଼ିଆ ଆଦିକୁ ପୂର୍ଣ୍ଣ ଭାବରେ ଉଦ୍ଧାର କରିବା |ପୋଖରୀ ବଞ୍ଚାଅ, ଜଳ ସଂରକ୍ଷଣ ଆମେ ସମସ୍ତେ କରିବା ମିଳିମିଶି ଏହି ଆହ୍ୱାନ ଦିଆଯାଇଥିଲା |