ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଭାଜପା ର “ବିଜୟ ସଂକଳ୍ପ ସମାବେଶ” ଯୋଗ ଦେଲେ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ

ଆଜି ପୁରୀ ଲୋକସଭା କ୍ଷେତ୍ରର ଚ଼ିଲିକା ବିଧାନସଭା ସ୍ଥିତ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା।ଏହି ସମାବେଶରେ ଉତ୍ତରପ୍ରଦେଶର ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ,ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଛତିଶଗଡ଼ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବ୍ରିଜମୋହନ ଅଗ୍ରୱାଲ, ଚ଼ିଲିକା ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ପ୍ରଭାରୀ ଶ୍ରୀ ବିକାଶ ଚ଼ନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ ଓ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟଅତିଥି ଉତ୍ତରପ୍ରଦେଶ ର ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ ପ୍ରଥମେ ଜୟ ଜଗନ୍ନାଥ,ଜୟ ଶ୍ରୀ ରାମ ଓ‌‌ ଜୟ ମା’ ଭଗବତୀ ଙ୍କ ଧ୍ଵନି ରୁ ଭାଷଣ ଆରମ୍ଭ କରି ମୋଦି ସରକାରଙ୍କ ଜନହିତକାରୀ ଯୋଜନା,ବନ୍ଦେ ଭାରତ ଏକ୍ସପ୍ରେସ,ହର ଘର ନଳ ଯୋଜନା,ମୋଦି ଗ୍ୟାରେଣ୍ଟି ଉପରେ ବିସ୍ତୃତ ଆଲୋଚ଼ନା କରିବା ସହ ବିଜେଡ଼ି ସରକାର ର ଅପରାଗତା ଉପରେ କହିଥିଲେ,ତତସହିତ କେନ୍ଦ୍ରରେ ୪୦୦ ରୁ ଉର୍ଦ୍ଧ୍ବ ସାଂସଦ ସିଟ୍ ଜିତି ପୁନଶ୍ଚ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ସହ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ। ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ଡ଼ାଃ ସମ୍ବିତ ପାତ୍ର ଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ‌‌ ନିବେଦନ କରିଥିଲେ। ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ପାଇଁ ମୁଁ ସଂକଳ୍ପ ନେଇଛି ବୋଲି କହିବା ସହ ଚ଼ିଲିକା କୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତ କୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇଛି କହିବା ସହ ଏହି ଚ଼ିଲିକାର ପୁନରୁଦ୍ଧାର, ଇଣ୍ଡଷ୍ଟ୍ରିଆଲ ହବ,ଇକୋ ଟୁରିଜିମ୍ ଓ ଶିକ୍ଷା ର ଉନ୍ନତି, ଆନୁଷଙ୍ଗିକ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି କରିବା, ମତ୍ସ୍ୟ ବ୍ୟବସାୟ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆଦି କରିବା ସହ ସଶକ୍ତ, ସୁଦୃଢ଼ ଓ ସମୃଦ୍ଧଶାଳୀ ଚିଲିକା ଗଠନ କରିବାର ପ୍ରତିଶ୍ରୁତି ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ କାମନା କରିଥିଲେ। ଛତିଶଗଡ଼ ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବ୍ରିଜମୋହନ ଅଗ୍ରୱାଲ, ଚ଼ିଲିକା ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ ଓ ଅନ୍ୟ ନେତୃତ୍ବ ମାନେ ଉଦବୋଧନ ଦେବା ସହ ଉଭୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା‌ ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।ଏହି ବିଶାଳ ଜନସଭାରେ ୧୫ ହଜାର ରୁ ଉର୍ଦ୍ଧ୍ବ ଜନତା ଯୋଗ ଦେଇଥିଲେ।