ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ପୌରାଂଚଳ ଅଧିନସ୍ଥ ଶିମିଳିଆ ମା’ କାମନାକାଳୀ ମନ୍ଦିରର ୮୧ତମ ଜନ୍ମ ବାର୍ଷିକ ଉତ୍ସବ ଓ ସିଂହାସନ ପ୍ରତିଷ୍ଠା ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ମା’ଙ୍କ ପାଖରେ ସୂର୍ଯ୍ୟପୂଜା, ଗୋ- ପୂଜା, ଚଣ୍ଡୀପାଠ, ସପ୍ତଚଣ୍ଡୀ ଆହୁତି, ମଣ୍ଡଳାଦୀପୂଜା ଓ ଷୋଡଶୋପଚାର ପୂଜା ସହିତ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା । ଭକ୍ତିଶ୍ରଦ୍ଧା ଭଜନ ସଂଧ୍ୟା ପକ୍ଷରୁ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ମନ୍ଦିରର ମୁଖ୍ୟ ପୂଜକ ପଦ୍ମନାଭ ନାଥ, ଯଜ୍ଞ ମୁଖ ମୁଖ୍ୟ ପୁରେ ରୋହିତ ରୁଦ୍ରନାରାୟଣ କବିଶତପଥୀ ଓ ଗୋକୁଳାନନ୍ଦ ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କର୍ତା ବିଭୁତି ଭୂଷଣ ସାହୁ, କର୍ତୀ ରଶ୍ମିତା ସାହୁ, ସଭାପତି ସତ୍ୟାନନ୍ଦ ପାତ୍ର, ସଂପାଦକ ବିଶ୍ଵ ରଞ୍ଜନ ସାହୁ, ଉପସଭାପତି ଅଲେଖ ବିହାରୀ ସାହୁ, କୋଷାଧ୍ୟକ୍ଷ ସର୍ବେଶ୍ୱର ସାହୁଙ୍କ ସମେତ ମା’ଙ୍କ ଭକ୍ତ, ଦଣ୍ଡ କଳାକାର ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରିଥିଲେ ।