କଦମଫୁଲ ସାହିତ୍ୟି ସଂସଦ ବାର୍ଷିକୋତ୍ସବ

ଉଲୁଣ୍ଡା,୧୫.୦୫(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଗୋପାଲଜୀ ଯୋଗାଶ୍ରମ ପରିସରରେ କଦମଫୁଲ ସାହିତ୍ୟ ସଂସଦର ବାର୍ଷିକକୋତ୍ସବ ହୋଇଯାଇଛି |ଏହି ଅବସରେ ଏକ କୋଶଲି କବିତା ଆସର ହୋଇଥିଲା |କବି ଯୁଧିଷ୍ଠିର ଖମାରୀଙ୍କ ଦ୍ଵାରା ସମ୍ପାଦିତ ପୁସ୍ତକ “କଦମ ଫୁଲ,,ତଥା ସତ୍ୟନାରୟଣ ବହିଦାରଙ୍କ ଜୀବନୀ ପୁସ୍ତକ ଲୋକାପ୍ରିତ କରାଯାଇଥିଲା |ପଙ୍କଜ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ଡ଼. ଅନିରୁଦ୍ଧ କୁର କୁରିଆ ମୁଖ୍ୟ ଅତିଥି ଭାବେ ଏବଂ ଡ଼. ସନ୍ତୋଷ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଏଥିରେ ଅନ୍ୟତମ ଅତିଥି ଭାବେ କବି ଆର୍ତ୍ତତ୍ରାଣ ବାବୁ, କବି ଅଖୋଜ ଷଣ୍ଢ ଯୋଗ ଦେଇଥିଲେ |ସାମ୍ବାଦିକ ଗୋରେଖନାଥ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କୋଶଲିଭାଷା ଓ ସଂସ୍କୃତି ଉତ୍କୃଶସମ୍ପର୍କ ରେ ଆଲୋଚନା କରିଥିଲେ|କାର୍ଯ୍ୟକ୍ରମ ରେ ସୌମିତ୍ରୀ କର୍ଣ୍ଣ ସ୍ୱାଗତ ଭାଷଣ ଦେଇଥିଲେ|ଅଧିବେଶଣ ର ଦ୍ୱିତୀୟ ଚରଣ ଲେଖକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା, କରୁଣାକର ଘଣ୍ଟୁଆଲ,କମ୍ଭୁଧର ସୁନା, ମଞ୍ଚାସୀନ ଥିଲେ |ଉଭୟ ଅଧିବେଶନ କୁ ରାଧେ ଶ୍ୟାମ ମିଶ୍ର,ଓ ସନ୍ତୋଷିନୀ ନାୟକ ସଂଯୋଜନା କରଥିଲେ |କୃପା ସିନ୍ଧୁ ମହାକୁର ଓ ଶାନ୍ତନୁ କର୍ଣ୍ଣ ଧନ୍ୟବାଦ ଦେଇଥିଲେ |ସଭା ରେ ସନ୍ତୋଷ ଅଦାବର ଙ୍କୁ ସାହିତ୍ୟ ଓ ବଂଶୀଧର ରଣା କଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା |କବି ଗଜାନନ ସାଥିଆ, ପ୍ରହ୍ଲାଦ ନାୟକ,ଶୁଭେନ୍ଦୁମେହେର,,ପ୍ରଭାତ ଖମାରୀ,ଧ୍ରୁବ ଚରଣ ନାୟକ,ବଳରାମ ଡାଙ୍ଗ,କିଣୁଜଗ ଦଲା, ରଞ୍ଜନ କୁମାର ସା,ଟଙ୍କଧର ବାରିକ, ପ୍ରମୁଖ ସହ ପଚାଶ ଜଣ କବି ସ୍ୱ ରଚିତ କବିତା ପାଠ କରିଥିଲେ l