ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର ବାଣପୁର ବ୍ଲକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ବିଶ୍ବ ମାତୃତ୍ଵ ଦିବସ ଅବସରରେ ସମସ୍ତ ମହିଳା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା।ଏହି ସମାବେଶରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ,ଚ଼ିଲିକା ବିଧାନସଭା ଭାଜପା ପ୍ରଭାରୀ ଶ୍ରୀ ବିକାଶ ପଟ୍ଟନାୟକ,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା,ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଯୋଗଦେଇ ମୋଦୀ ଗ୍ୟାରେଣ୍ଟି ଓ ମୋଦି ସରକାରଙ୍କ ମହିଳାଙ୍କ ପାଇଁ ଥିବା ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ମହିଳା ମା’ ଭଉଣୀ ମାନଙ୍କୁ ଶୁଭଦ୍ରା ଯୋଜନା ବିଷୟରେ ଆଲୋଚ଼ନା କରିବା ସହ ଓଡ଼ିଶାରେ ଡ଼ବଲ ଇଞ୍ଜିନର ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ। ଏହି ସମାବେଶରେ ମହିଳା ମାନେ ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ସଂକଳ୍ପ ନେଇଥିଲେ।ଏହି ସମାବେଶରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସବିତା ଦାସ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ, ବାଣପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ,ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ,ମହିଳା ନେତ୍ରୀ ଶ୍ରୀମତୀ ସରୋଜିନୀ ପାଳ, ଦେଓଗାଁ ସରପଞ୍ଚ ଶ୍ରୀମତୀ ରେଣୁବାଳା ଛାଟୋଇ, ଆୟତପୁର ସରପଞ୍ଚ ଶ୍ରୀମତୀ ନର୍ମଦା ପ୍ରଧାନ, ବିଷ୍ଣୁଡ଼ିହ ସରପଞ୍ଚ ଶ୍ରୀମତୀ ପୁଷ୍ପିତା ପ୍ରଧାନ,ନାଚ଼ୁଣୀ ସରପଞ୍ଚ ଶ୍ରୀମତୀ ସ୍ବପ୍ନାଞ୍ଜଳୀ ପଲାଇ,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ନୀଳାଦ୍ରିପ୍ରସାଦ ପଞ୍ଚାୟତର ସରପଞ୍ଚ ଶ୍ରୀ ଉମାକାନ୍ତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସବିତା ସାମନ୍ତସିଂହାର, ବାଣପୁର ନଗର ମଣ୍ଡଳ ଭାଜପା ସଭାପତି ଶ୍ରୀ ଭଗବାନ ପ୍ରଧାନ, ସିଦ୍ଧେଶ୍ୱରୀ ମଣ୍ଡଳ ଭାଜପା ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ବିଜେପି ନେତା ଶ୍ରୀ ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, କାର୍ଯ୍ୟକର୍ତ୍ତା ଶ୍ରୀ ଦେବେନ୍ଦ୍ର ହରିଚ଼ନ୍ଦନ ଓ ଶ୍ରୀ ଜୟକୃଷ୍ଣ ପ୍ରତିହାରୀଙ୍କ ସମେତ ୫୦୦୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।