ବିଜେପିରେ ମିଶିଲେ କୁଦଗାଁ ସରପଞ୍ଚ ସିଦ୍ଧାର୍ଥ କ୍ଷେତି

ଆଠମଲ୍ଲିକ,୦୯/୦୫/(ବୁଲୁ ଦଳେଇ):ବିଜେପିରେ ସାମିଲ ହୋଇଛନ୍ତି କୁଦଗାଁ ସରପଞ୍ଚ ତଥା କଂଗ୍ରେସ ଯୁବନେତା ସିଦ୍ଧାର୍ଥ କ୍ଷେତି। କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଧବାର ସେ ପଦ୍ମ ଧରିଛନ୍ତି। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଏକାଦଶୀ ମହାକୁଡ, ଆଠମଲ୍ଲିକ ବିଧାନସଭା ଯୁବ କଂଗ୍ରେସ ସଭାପତି ସତ୍ୟବ୍ରତ ପ୍ରଧାନ, ପୂର୍ବତନ ୱାର୍ଡ ସଭ୍ୟ ଜଗା ଛୁରିଆ, ବାଲ୍ମିକୀ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଦଳକୁ ସ୍ଵାଗତ କରିବା ସହ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବା ପାଇଁ ଏବଂ ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ସରକାରକୁ ବଦଳାଇବା ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ଵାନ କରିଛନ୍ତି। ଏହି ସମୟରେ ଯୁବନେତା ପ୍ରକାଶ କୁମାର ଡ଼ାଙ୍ଗ ଓ ବରିଷ୍ଠ ନେତା ତଥା ଆଠମଲ୍ଲିକ ନଗର ର ପୂର୍ବତନ ପୌରାଧ୍ୟକ୍ଷ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଛନ୍ତି । ଏହି ମିଶ୍ରଣ ପରେ ଆଠମଲ୍ଲିକରେ ବିଜେପି ଆହୁରି ଶକ୍ତିଶାଳୀ ହେବବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶୁଭେନ୍ଦୁ ପ୍ରଧାନ, ମହେନ୍ଦ୍ର ପ୍ରଧାନ, କିଶୋର ମହାକୁଡ, ବିଭୂତି ଦେହୁରୀ, ମଧୁସୂଦନ ପ୍ରଧାନ, ଅନନ୍ତ କର୍ଣ୍ଣ, ବାବ୍ରୁବାହାନ କର୍ଣ୍ଣ, ଅଭିମନ୍ୟୁ କର୍ଣ୍ଣ, ଅଜିତ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ବସନ୍ତ ପ୍ରଧାନ, ସୁବଳ ଦେହୁରୀ, ନରେନ୍ଦ୍ର ପ୍ରଧାନ, ସୁମନ୍ତ ପ୍ରଧାନ, ଦାମୋଦର ଗୁରାଣ୍ଡି, ମିତୃଘନ କଳାତା, ବିଭୂତି ଦେହୁରୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।