ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ସହର ସ୍ଥିତ ବଢିଯୋରାସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କର ନବମ ବାର୍ଷିକ ଉତ୍ସବ ଉପଲକ୍ଷେ କମଗରା ନଦୀଘାଟରୁ ରୁ ୧୦୮ ଜଳସ ଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହାପରେ ପରେ ଅଧୁବାସ ଆରମ୍ଭ କରାଯାଇଥିଲା । ଏହା ୮ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖରେ ପୂର୍ଣାହୁତି ଅନୁଷ୍ଠିତ ହେବ । ଶେଷଦିନ ପ୍ରସାଦ ସେବନ ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ଯଜ୍ଞେଶ୍ଵର ମିଶ୍ର, କର୍ତା ରଞ୍ଜନ କୁମାର ସାହୁ, ଜର୍ତୀ ସରୋଜିନୀ ସାହୁ, କର୍ମକର୍ତା ପଙ୍କଜ କୁମାର ସାହୁ, ଜ୍ୟୋତି ମହାପାତ୍ର,ପୁରୁଷୋତମ ମଲ୍ଲିକ, ଶିଖର ମଲ୍ଲିକ, ଉମେଶ ଅଗ୍ରୱାଲ, ପ୍ରିୟ ପ୍ରକାଶ ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ସୋମନାଥ ସାହୁ, କାଳନ୍ଦୀ ବେହେରା, ମାନସ ମହାପାତ୍ର ଓ ରାକେଶ ସାହୁ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।